ସାଧାରଣ ଲୋକଙ୍କ ପାଇଁ ଆଉ ଦୁଇଦିନ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର : ଜନତା ମଇଦାନରେ ଆୟୋଜିତ ୧୮ ତମ ପ୍ରବାସୀ ଭାରତୀୟ ଦିବସର ଆଜି ହେଉଛି ତୃତୀୟ ବା ଉଦଜାପନୀ ଦିବସ। ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହରେ ଦେଢ଼ଶହରୁ ଊର୍ଦ୍ଧ୍ବ ରାଷ୍ଟ୍ରରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଥିଲେ। ତେବେ ପୂର୍ବରୁ ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ସାଧାରଣ ଲୋକଙ୍କୁ ପ୍ରବେଶର ଅନୁମତି ନଥିଲା। ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ଆଉ ଦୁଇଦିନ ବଢାଯାଇଛି। ଯାହା ଫଳରେ ସାଧାରଣ ଲୋକ ଏହାର ଆନନ୍ଦ ନେଇ ପାରିବେ । ଆସନ୍ତାକାଲି ସକାଳ ୧୦ଟାରୁ ୧୨ ତାରିଖ ସଂଧ୍ୟା ଯାଏ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ମାଗଣାରେ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ବୁଲିପାରିବେ।

Leave a Reply

Your email address will not be published. Required fields are marked *