୪ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଆଜି ସନ୍ଧ୍ୟା ୬ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ। ଏହାପରେ ସେ ଜୟଦେବଭବନରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ।  ଜୁଲାଇ ୭ ତାରିଖରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରାରେ ଯୋଗ ଦେବେର କାର୍ଯ୍ୟସୂଚୀ ରହିଛି। ପରେ ରାଷ୍ଟ୍ରପତି ଜୁଲାଇ ୮ ତାରିଖରେ ଉଦୟଗିରି ଗୁମ୍ଫା ପରିଦର୍ଶନ ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ। ସେହି ଦିନ ସେ ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଦିବ୍ୟ ରିଟ୍ରି୍‌‌ଟ୍‌‌ କେନ୍ଦ୍ର ଉଦ୍‌‌ଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ ଅଭିଯାନର ଶୁଭାରମ୍ଭ କରିବେ। ଜୁଲାଇ ୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।

Leave a Reply

Your email address will not be published. Required fields are marked *