ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରନ୍ତୁ, ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ

ଭୁବନେଶ୍ୱର-: ଚଳିତ ମାସ ୨୮ ତାରିଖ ଦିନ ନୂତନ ସଂସଦ ଭବନ ଉଦଘାଟନ ହେବ।କୁ ଯାଉଛି। ଏହାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମ୍ମୁ ଉଦଘାଟନ କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ମତ ରଖିଛନ୍ତି ତାହାକୁ ହୃଦୟତାର ସହ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସମର୍ଥନ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାନ ଦାବି ରଖିବା ଉଚିତ। କାରଣ ପ୍ରତ୍ୟେକ କ୍ଷେତ୍ରରେ ବିଜେଡି ଦଳ ଏବଂ ମୁଖ୍ୟମନ୍ତ୍ରୀ ସବୁବେଳେ “ମା କୁ ସମ୍ମାନ” କଥା କହିଥାନ୍ତି। ଅନ୍ୟପକ୍ଷରେ ମହାମହିମ ରାଷ୍ଟ୍ରପତିଙ୍କ ନିର୍ବାଚନି ପ୍ରାଥିତ୍ୱକୁ ମଧ୍ୟ ସେ ମଧ୍ୟ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଥିଲେ।ଦେଶର ସଂସଦ ଭବନ ଯଦି ମହାମହିମ ରାଷ୍ଟ୍ରପତି ଉଦଘାଟନ କରନ୍ତି ତେବେ ଦଳମତ ନିର୍ବିଶେଷରେ ଏହାକୁ ସମସ୍ତେ ପସନ୍ଦ କରିବେ ଏବଂ ସମ୍ମାନ ମଧ୍ୟ ଦେବେ। ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବିକୁ ନିଶ୍ଚିତ ରୂପେ ରଖିବେ ବୋଲି ଓପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।