ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଟକ ରଖିଲେ ପାରା ମେଡିକାଲ, ନର୍ସିଂ କର୍ମଚାରୀ

କଟକ: ଓଡ଼ିଶା ସରକାରଙ୍କ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ତଥା ସୋନପୁରର ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଗୁରୁବାର କଟକରେ ହଟହଟା ହେବାକୁ ପଡିଛି। କଟକ ସ୍ଥିତ ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ର ଗସ୍ତରେ ଥିବା  ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ ଘେରି ଅଟକ ରଖିବା ଲକ୍ଷ୍ୟ ରଖାଯାଇଥିଲା। ସେମାନଙ୍କ ପକ୍ଷରୁ ଏକାଧିକ ଦାବି ଓ ତାହାର ତୁରନ୍ତ ସମାଧାନ ପ୍ରତିଶ୍ରୁତି ନେଇ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।  ପ୍ରାୟ ତିରିଶରୁ ଚାଳିଶ ମିନିଟ୍ ଯାଏଁ ମନ୍ତ୍ରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ସ୍ଥାନୀୟ ପ୍ରଶାସନର ସହଯୋଗ କ୍ରମେ ପୁଲିସ୍  ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଶେଷରେ ମନ୍ତ୍ରୀ ପୂଜାରୀ ମେଡିକାଲ ପରିସରରୁ ବାହାରିବାକୁ ସକ୍ଷମ ହୋଇଥିଲେ। ପ୍ରଶାସନିକ ବ୍ୟକ୍ତିବିଶେଷ ଏବଂ ପୁଲିସ୍  ଚାଲି ଚାଲି ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ବାଧ୍ୟ ହୋଇଥିଲେ। ଏହା ପରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡାକଡି କରାଯାଇ ଥିଲା। ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ କର୍ମଚାରୀମାନେ ରାସ୍ତା ଉପରେ ଶୋଇ ରହି ନିଜର ଦାବି ଜଣାଇଥିଲେ।

Leave a Reply

Your email address will not be published. Required fields are marked *