ଦିନକ ପରେ ହେବ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ , ପୁରୀକୁ ବିଶ୍ବର ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଏମାନଙ୍କ ସାହାଯ୍ୟ ଲୋଡିଲେ ପାଣ୍ଡିଆନ …

ଆଉ ମାତ୍ର ଦିନକ ପରେ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହେବ ଆଉ ଏକ ଇତିହାସର ଫର୍ଦ ।ରାଜ୍ୟ ସରକାରଙ୍କ ସ୍ବପ୍ନ ହେବ ପୂରଣ । ଆସନ୍ତାକାଲି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।ଗତକାଲି ଠାରୁ ଚାଲିଥିବା  ତ୍ରିଦିନାତ୍ମକ ହୋମଯଜ୍ଞର ଆଜି ହେଉଛି ଦ୍ୱିତୀୟ ଦିନ । ଶ୍ରୀମନ୍ଦିର ଚାରିଦ୍ୱାରରେ ଚାଲିଛି ବେଦପାଠ । ହୋମଯଜ୍ଞରେ ପ୍ରକଂପିତ ହେଉଛି ପୁରୀ  ।

ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା ।ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣମାନେ ଘୃତାହୂତୀ ଦେଉଛନ୍ତି । ଆସନ୍ତାକାଲି ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୂତି ଦେବେ ।

ସେହିପରି ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପର ପୂର୍ବରୁ ୫-ଟି ଅଧ୍ୟକ୍ଷ ବା ନବୀନ ଓଡ଼ିଶାର ମୁଖ୍ୟ ଭି,କେ ପାଣ୍ଡିଆନ ପୁରୀକୁ କିପରି ବିଶ୍ବର ଶ୍ରେଷ୍ଠ ସହରରେ ପରିଣତ କରିହେବ ସେ ନେଇ ସେ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ସାହାର୍ଯ୍ୟ ଲୋଡିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିକଳ୍ପନାର ଉଦ୍ଦେଶ୍ୟ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅବଗତ କରିଛନ୍ତି I ପରିକ୍ରମା ହେଉଛି ପାପକ୍ଷୟ କରିବାର ଏକ ସୁନ୍ଦର ତ‌ଥା ଶ୍ରେଷ୍ଠ ଉପାୟ ପୂର୍ବରୁ ଶ୍ରଦ୍ଧାଳୁଙ୍କ ପାଇଁ ଏହିସବୁ ସୁବିଧା ନ ଥିଲା। ଏହି ପ୍ରକଳ୍ପ ଦ୍ବାରା ଏହା ସମ୍ଭବ ହୋଇପାରିଛି। ଶ୍ରଦ୍ଧାଳୁମାନେ ନାମ, ସଂକୀର୍ତ୍ତନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲିପାରିବେ। ସେହିପରି ରଥଯାତ୍ରା, ସୁନାବେଶ ସମେତ ମହାପ୍ରଭୁଙ୍କର ବହୁ ପର୍ବପର୍ବାଣିରେ ଶ୍ରଦ୍ଧାଳୁମାନେ ପରିକ୍ରମା ପ୍ରକଳ୍ପରେ ବସି ନୂଆ ଅନୁଭୂତି ପାଇପାରିବେ ବୋଲି କ‌ହିଛନ୍ତି ‘୫-ଟି’ ଅଧ୍ୟକ୍ଷ।

Leave a Reply

Your email address will not be published. Required fields are marked *