୧୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର…

ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ହୋଇଛି। ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ। ପୂର୍ବରୁ ରତ୍ନଭଣ୍ଡାର ୧୪ ତାରିଖରେ ଖୋଲିବା ନେଇ ଯାଞ୍ଚ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା
ସୂଚନାଯୋଗ୍ୟ, ପୂର୍ବରୁ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୁହାଯାଇଥିଲା। ମାତ୍ର ଏହା ପୂର୍ବରୁ ୭ ତାରିଖରେ ରଥଯାତ୍ରା ଥିବାରୁ ଏ ନେଇ କିଛି ସ୍ପଷ୍ଟ ହୋଇ ନଥିଲା। ଗତ ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିବାବେଳେ ଯାଞ୍ଚ କମିଟି ପକ୍ଷରୁ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଥିଲା। ଏହା ପରେ ଗୁରୁବାର ଆଇନମନ୍ତ୍ରୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ପ୍ରାୟତଃ ସ୍ପଷ୍ଟ ବୋଲି ସେ କହିଛନ୍ତି।