ସୁଭଦ୍ରା ଯୋଜନାକୁ ନେଇ ଉଠୁଥିବା କିଛି ପ୍ରଶ୍ନ
ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)ତିନୋଟି ପ୍ରଶ୍ନର ଉତ୍ତର ମିଳୁନି, କାରଣ ପ୍ରଶ୍ନ ପଚାରିବା ଯାହାର ଦାୟିତ୍ଵ, ସେମାନେ ପଚାରୁ ନାହାନ୍ତି। ସେମାନଙ୍କ ଭିତରୁ କେତେକ ବମ୍ବେର ଗ୍ରାଣ୍ଡ ହାୟାଟ୍ ହୋଟେଲରେ ପ୍ରାୟୋଜିତ ଅୟାସି କରୁଛନ୍ତି।
ରାଜ୍ୟ ସରକାର କହିଛନ୍ତି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ। କାହା ହାତକୁ ନଗଦ ଟଙ୍କା ଆସିବ ନାହିଁ। କାର୍ଡ ବ୍ୟବହାର କରି ଜଣେ ମହିଳା ବର୍ଷକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଓ ସେବା କିଣି ପାରିବ ।
ପ୍ରଶ୍ନ:
୧. ଗ୍ରାମାଞ୍ଚଳରେ ରହୁଥିବା ଜଣେ ମହିଳା ତା ଘର
ପାଖ ଦୋକାନରୁ କାର୍ଡ ସ୍କାନ୍ କରି ଜିନିଷ କିଣି
ପାରିବ ତ ? ଗ୍ରାମାଞ୍ଚଳରେ ସବୁ ଦୋକାନରେ
କାର୍ଡ ସ୍କାନ୍ ବ୍ୟବସ୍ଥା ଅଛି ତ ?
୨. ସେହି କାର୍ଡ ବ୍ୟବହାର କରି କେଉଁ କେଉଁ
ଦୋକାନରୁ କିଣି ହେବ ଓ କେଉଁ କେଉଁ
ଦୋକାନରୁ କିଣି ହେବ ନାହିଁ ? ଏପରି ଦୋକାନୀ
ଚୟନ କେଉଁ ମାନଦଣ୍ଡ ଆଧାରରେ ହେବ ଓ
କିଏ କରିବ ?
୩. ସେହି କାର୍ଡ ବ୍ୟବହାର କରି କ’ଣ କ’ଣ କିଣି
ହେବ ଓ କଣ କ’ଣ କିଣି ହେବ ନାହିଁ ?
ଏସବୁ ପ୍ରଶ୍ନ ପଚାରିବ କିଏ ? ଓଡ଼ିଶା ମିଡ଼ିଆ ତ ଅଗଷ୍ଟ ୧୫ରୁ ସୁଭଦ୍ରା ଯୋଜନା ଲାଗୁ କରି ସାରିଲେଣି।