ଚଉକା ମାରି ଜିତେଇଥିବା ଜାଡେଜାଙ୍କ ବ୍ୟାଟ୍ ନେଲା କିଏ ?

ଭୁବନେଶ୍ଗର : ଗତ ସୋମବାର ଆଇପିଏଲ ଫାଇନାଲରେ ୫ ୱିକେଟ୍ରେ ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ହାସଲ କରିଥିଲା।ଶେଷ ଦୁଇ ବଲ୍ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ ବିଜୟ ଖୁସିରେ ରବୀନ୍ଦ୍ର ଜାଦେଜାଙ୍କୁ ମହେନ୍ଦ୍ର ସିଂହ ଧୋନି ଟେକି ଦେଇଥିଲ। ତେବେ ଯେଉଁ ବ୍ୟାଟରେ ଜା଼ଡେଜା ହାରୁଥିବା ମ୍ୟାଚକୁ ଶେଷ ଦୁଇ ବଲରେ ନିଜ ଟିମକୁ ଜିତାଇଥିଲେ, ସେହି ବ୍ୟାଟକୁ ସିଏସକେର ଜଣେ କ୍ରିକେଟରଙ୍କୁ ଉପହାରେ ଦେଇଛନ୍ତି। ସେହି କ୍ରିକେଟର ଜଣକ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହି ଘଟଣାକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି ।ଏହି କ୍ରିକେଟରଙ୍କ ନାମ ଅଜୟ ମଣ୍ଡଳ। ଯିଏକି ଛତିଶଗଡ଼ରେ ବସବାସ କରନ୍ତି। ଅଜୟ ମଣ୍ଡଳଙ୍କୁ ଚେନ୍ନାଇ ୨୦ଲକ୍ଷରେ କିଣି ନିଜ ଟିମରେ ସାମିଲ କରିଥିଲା।