“ଭାରତ ଏକ ମହାଶକ୍ତି କି ନାହିଁ ମୋତେ ଫରକ ପଡ଼େନି” ; ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଥରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କଡ଼ା ସମାଲୋଚନା କରାଯାଇଛି। ଭାରତ ସମ୍ପର୍କରେ ସେ ଦେଇଥିବା ମନ୍ତବ୍ୟକୁ ଲୋକମାନେ ନାପସନ୍ଦ କରିଥିବା ବେଳେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି। ରାଜନ କହିଥିଲେ ଯେ ଭାରତ ଏକ ମହାଶକ୍ତି ନା ନାହିଁ ମୋତେ କିଛି ଫରକ ପଡ଼େନି। ମୋ ପାଇଁ ତାହା ଏକ ବିଷୟ ନୁହେଁ। ‌ଜାତିର ପିତା ମହାତ୍ମା ଗାନ୍ଧି ଚାହୁଥିଲେ ପ୍ରତି ଭାରତୀୟ ଖୁସିରେ ରୁହନ୍ତୁ। ତାଙ୍କ ଲକ୍ଷ୍ୟ ପୂରଣ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ସୋସିଆଲ ମିଡିଆରେ ରାଜନଙ୍କୁ ଏଥିପାଇଁ ସମାଲୋଚନା କରାଯାଉଥିବା ବେଳେ ଦେଶର ବିକାଶ ପ୍ରତି ଯୋଗଦାନ ଦେଇଥିବା ଅନ୍ୟ ନେତୃବୃନ୍ଦଙ୍କ ପ୍ରତି ତାଙ୍କ ମନ୍ତବ୍ୟ ଅପମାନ ବୋଲି କହିଛନ୍ତି। ‌କିଛି ଦିନ ତଳେ ଭାରତର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍‌କୁ ସେ ବିଫଳ ବୋଲି ଅଭିହିତ କରିବା ସହ ଭାରତରେ ଫୋନ୍ ତିଆରି ହେଉନି, କେବଳ ବିଦେଶରୁ ଆମଦାନି ହେଉଥିବା ଉପକରଣକୁ ଯୋଡ଼ାଯାଉଛି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *