ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳକୁ ଆଗକୁ ବଢାଇବେନି ଦ୍ରାବିଡ଼, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ …

ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଯଦିଓ ଦ୍ରାବିଡ଼ଙ୍କ ପାଖରେ ତାଙ୍କ କାର୍ଯ୍ୟକାଳ ବଢ଼ାଇବାର ବିକଳ୍ପ ରହିଛି, ତଥାପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ରାବିଡ଼ ଆଉ ଏହି କାର୍ଯ୍ୟ ଭରକୁ ଆଗକୁ ନେବାକୁ ରାଜି ନାହାଁନ୍ତି ଏବଂ ନିଜ ପରିବାର ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ଟିମ୍ ଇଣ୍ଡିଆ ରେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ ଚାହୁଁନାହାନ୍ତି। ସେହିପରି ଦ୍ରାବିଡ଼ଙ୍କ ପରେ ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେବେ ଭି.ଭି.ଏସ୍ ଲକ୍ଷ୍ମଣ। ଗୁରୁବାରଠାରୁ ଭାଇଜାଗ୍ରେ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ‘ଟି୨୦ଆଇ’ ସିରିଜ୍ର ୫ଟି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ର ‘ସେକେଣ୍ଡ୍-ଷ୍ଟ୍ରିଙ୍ଗ୍’ର ମୁଖ୍ୟ କୋଚ୍ ଭାବେ ପ୍ରଶିକ୍ଷଣ ଦେଉଛନ୍ତି।ତେବେ ଲକ୍ଷ୍ମଣ ମଧ୍ୟ ବେଙ୍ଗାଲୁରୁସ୍ଥିତ ‘ବିସିସିଆଇ’ର ‘ନ୍ୟାସ୍ନାଲ୍ କ୍ରିକେଟ୍ ଏକାଡେମି’ର ମୁଖ୍ୟ ଅଟନ୍ତି। ବିଶ୍ବକପ୍ ପୂର୍ବରୁ ସେ ଆୟର୍ଲାଣ୍ଡ୍ ‘ଟି୨0 ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ର ହେଡ୍ କୋଚ୍ ଦାୟିତ୍ବ ନିର୍ବାହ କରିଥିଲେ। ଏହାଛଡ଼ା, ଆହୁରି ଅନେକ ଥର ମଧ୍ୟ ସେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହୋଇଥିଲେ।