ରାହୁଲଙ୍କ ଅଜାଣତରେ ସଂସଦରେ ଆହତ ହେଲେ ନନା…

ନୂଆଦିଲ୍ଲୀ: ସଂସଦ ଆଜି ଆମ୍ବେଦକର ପ୍ରସଙ୍ଗରେ ଅଚଳ ହୋଇପଡ଼ିଛି।ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆହତ ଲାଗି ରକ୍ତ ବାହାରୁଥିବାର ଭିଡିଓ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ।

ତେବେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଡକ୍ଟର ବିଆର ଆମ୍ବେଦକର ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ସଂସଦରେ  ଉତ୍ତେଜନା ଦେଖାଦେଇଥିଲା। ଏହାରି ଭିତରେ ବିଜେପି ଓ ଇଣ୍ଡିଆ ମେଣ୍ଟ ଉକ୍ତ ପ୍ରସଙ୍ଗକୁ ନେଇ ଠେଲା ପେଲା ସମୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ସାଂସଦଙ୍କ କହିବା ଅନୁଯାୟୀ ରାହୁଲ ଗାନ୍ଧୀ ଜଣେ ସାଂସଦକୁ ଠେଲିବା ସମୟରେ ଏପରି ଘଟିଛି।
ଏନେଇ ରାହୁଲ କହିଛନ୍ତି କି ‘‘ବିଜେପି ସାଂସଦମାନେ ତାଙ୍କ ରାସ୍ତା ଅବରୋଧ କରୁଥିବା ଦ୍ୱାର ନିକଟରେ ଛିଡା ହୋଇଥିଲେ। ସେମାନେ ମୋତେ ଠେଲିଦେବା ସହ ଧମକାଉଥିଲେ ମଧ୍ୟ।’’ ଧସ୍ତାଧସ୍ତି ସମୟରେ ଏପରି ହୋଇଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ।

ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ଯାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲର ଶିକାର ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

Leave a Reply

Your email address will not be published. Required fields are marked *