ରାହୁଲଙ୍କ ଆବେଦନ ସୁରଟ କୋର୍ଟରେ ଖାରଜ

ସୁରତ: ୨୦୧୯ ମସିହାର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ l ସୁରଟର ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନକୁ ଗୁରୁବାର ସୁରତ ସେସନ୍‌ କ‌ୋର୍ଟ ଖାରଜ କରି ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ, ଗତ ୧୩ ତାରିଖ ଦିନ ଉଭୟ ପକ୍ଷର ଶୁଣାଣି କରି ସେସନ୍‌ କୋର୍ଟର ଅତିରିକ୍ତ ସେସନସ୍‌ ଜଜ୍ ଆର୍. ପି. ମୋଗେରା ଏପ୍ରିଲ୍‌ ୨୦ ତାରିଖ ପର୍ଯ୍ୟନ୍ତ ଏହି ମାମଲାରେ ରାୟ ସଂରକ୍ଷଣ ରଖି‌ଥିଲେ। କୋର୍ଟଙ୍କ ଏହି ଆଦେଶ ପରେ ଏଆଇସିସି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି l
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ , ଏଥିପାଇଁ ଦଳ ଆଇନ ବ୍ୟବସ୍ଥାରେ ଥିବା ସବୁ ପ୍ରକାର ବିକଳ୍ପର ଉପଯୋଗ କରିବ।

Leave a Reply

Your email address will not be published. Required fields are marked *