ପାଟିଦାର ଓ ସରଫରାଜ ମଧ୍ୟରୁ କିଏ ଖେଳିବ? ଏହି ଦୁଇ ଜଣ ନେବେ ନିଷ୍ପତ୍ତି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ମ୍ୟାଚ୍ ସିରିଜର ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମରେ ଖେଳାଯିବ। କିନ୍ତୁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ କ’ଣ ହେବ? ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବିରାଟ କୋହଲି ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲ ଆହତ କାରଣରୁ ମଧ୍ୟ ଦଳରୁ ବଦ୍ ପଡ଼ିଛନ୍ତି । ସେହିପରି ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯିବା ସହ ରଜତ ପାଟିଦାରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ତେବେ ଏପରି ସ୍ଥିତିର ଚୂଡାନ୍ତ ଏକାଦଶରେ କାହାକୁ ସ୍ଥାନ ।
ଏହି ଦୁଇ ଖେଳାଳିଙ୍କ ଚୟନକୁ ନେଇ ଟିମ ଇଣ୍ଡିଆର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ସିଂ ରାଠୋର କହିଛନ୍ତି ରଜତ ଏବଂ ସରଫରାଜଙ୍କ ଭିତରୁ ଜଣକୁ ଭାଛିବା ଦଳ ପାଇଁ କଷ୍ଟକର ଅଟେ । ଆମେ ଦେଖିଛେ ଯେ ଏହି ଦୁଇ ଯୁବ ଖେଳିଳି ଘରୋଇ କ୍ରିକେଟରେ ନିଜର ଛାପ ଛାଡିଛନ୍ତି । ମୋର ବିଶ୍ୱାସ ଯେ ଏହି ପ୍ରକାର ୱିକେଟ୍ ଉପରେ ଉଭୟ ସରଫରାଜ ଖାନ ଏବଂ ରଜତ ପାଟିଦାର ଏକ ଦଳ ବିଜୟର ବଡ଼ କାରଣ ହୋଇପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରଫରାଜ ଖାନ ଏବଂ ରଜତ ପାଟିଦାରଙ୍କ ମଧ୍ୟରେ କିଏ ସୁଯୋଗ ପାଇବ ସେନେଇ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ନିଷ୍ପତ୍ତି ନେବେ।