ଆରସିବିକୁ ମିଳିଲା ନୂଆ ଅଧିନାୟକ

ବାଙ୍ଗାଲୋର: ଆରସିବି ଘୋଷଣା କଲା ତାର ନୂଆ ଅଧିନାୟକ। ୨୦୨୫ ଆଇପିଏଲ ସିଜିନ ପାଇଁ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ରଜତ ପାଟିଦାରଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ଵ ଦେଇଛି। ଏନେଇ ଆଜି ଦଳ ଘୋଷଣା କରିଛି। ୨୦୨୧ ରୁ ଆରସିବି ସହିତ ଥିବା ପାଟିଦାର ଦଳର ୮ମ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ପୂର୍ବତନ ଅଧିନାୟକ ଫାପ ଡୁପ୍ଲେଶିଶିଙ୍କୁ ଦଳ ବାଦ୍ ଦେବା ପରେ ନୂଆ କ୍ୟାପଟେନ ଖୋଜରେ ଥିଲା। ଏନେଇ ବିରାଟ କୋହଲିଙ୍କୁ ଅଧିନାୟକ କରାଯିବ ବୋଲି ଆଲୋଚନା ହେଉଥିଲା । କିନ୍ତୁ ସେମିତି କିଛି ହୋଇନାହିଁ। ତେବେ ରଜତଙ୍କ ପ୍ରଦର୍ଶନକୁ ନଜରରେ ରଖି ଫ୍ରାଞ୍ଚାଇଯ ଏଭଳି ନିଷ୍ପତି ନେଇଛି ବୋଲି ଜଣାପଡିଛି। ପାଟିଦାର ଏପର୍ଯ୍ୟନ୍ତ ଆରସିବି ପାଇଁ ୨୭ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୧୫୮.୮୫ ଷ୍ଟ୍ରାଇକ ରେଟରେ ୭୯୯ ରନ କରିବାରେ ସଫଳ ହୋଇଛନ୍ତି। ନିଲାମି ପୁର୍ବରୁ ଆର୍ସିବି ତାଙ୍କୁ ୧୧ କୋଟି ଟଙ୍କାର ରିଟେନସନ୍ କରିଥିଲା। ପାଟିଦାର ରଣଜୀରେ ମଧ୍ୟ ମଧ୍ଯ ପ୍ରଦେଶକୁ ଶୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଫାଇନାଲରେ ପହଞ୍ଚାଇ ଥିଲେ।

Leave a Reply

Your email address will not be published. Required fields are marked *