ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ, ମିଛ କହି ଲୋକଙ୍କୁ ଠକୁଛି ଏହି ୱେବସାଇଟ…
ଗତ କିଛିଦିନ ତଳେ ଆପଣ ଦେଖିଥିବେ ଯେ ସୋସିଆଲ ମିଡିଆରେ ଏକ ଖବର ଘୁରି ବୁଲୁଛି ଯେ ଆପଣ ଘରେ ବସି ଅଯୋଧ୍ୟାରୁ ପ୍ରସାଦ ମଗେଇ ପାରିବେ । କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ । ମନ୍ଦିର ପକ୍ଷରୁ କୌଣଷି ପ୍ରକାରର ପ୍ରସାଦ ଅନଲାଇନରେ ଉପଲବ୍ଧ ହେବନାହଁ ବୋଲି ଟ୍ରଷ୍ଟ ସଫା ମନା କରିଦେଇଛି । ପ୍ରସାଦ ବଣ୍ଟନ ନେଇ କୌଣଷି ଏଜେନ୍ସିକୁ ଦାୟିତ୍ବ ଦିଆ ଯାଇନାହିଁ । ଏହା ନେଇ ମନ୍ଦିର ପକ୍ଷରୁ କିଛି ବି ବିଞ୍ଜପ୍ତି ଜାରି କାରା ଯାଇନାହିଁ ବୋଲି ଟ୍ରଷ୍ଟର ତରଫରୁ ପ୍ରତିକ୍ରିୟା ମିଳିଛି ।
ଗତ କିଛି ଦିନ ତଳେ ଏହି ଖବର ସୋସିଆଲ ମିଡିଆ ଯୋଗେ ବ୍ୟାପିବାରେ ଲାଗିଥିଲା । କୁହାଯାଇଥିଲା ଯେ, ଖାଦି ଅର୍ଗାନିକ ନାମକ ଗୋଟିଏ ୱବସାଇଟରେ ଅଯୋଧ୍ୟାରୁ ରାମଙ୍କ ପ୍ରସାଦ ଘରକୁ ମଗେଇ ପାରିବେ । କିନ୍ତୁ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ରାମ ମନ୍ଦିର କିମ୍ବା ଭାରତ ସରକାରଙ୍କ ସହିତ ଏହି ୱବସାଇଟର କୌଣଷି ସମ୍ବନ୍ଧ ନାହିଁ । ତେବେ ଏହା ହେଉଛି ଏହି ୱେବସାଇଟର ମାର୍କେଟିଂ ରଣନୀତି ଯାହା ଲୋକଙ୍କୁ ଏହି ୱେବସାଇଟରେ ବିକ୍ରି ହେଉଥିବା ସାମଗ୍ରୀ ଆଡକୁ ଆକର୍ଷିତ କରିବ ଏବଂ ଏଥିରେ ଉପଲବ୍ଧ ଥିବା ଅନ୍ୟ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ପ୍ରୋତ୍ସାହିତ କରିବ । ତେବେ ଏହା ହେଉଛି ଏକ ଦୁର୍ନୀତି ଯାହାଠାରୁ ସମସ୍ତେ ସତର୍କ ରହିବା ଆବଶ୍ୟକ ।