ଅଟକି ରହିଥିବା ତାଳଧ୍ବଜ ପୁଣି ଗଡ଼ିଲା

ପୁରୀ: ଆଜି ପୁଣି ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଭକ୍ତମାନେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣୁଛନ୍ତି। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ।
ସୂଚନାଯୋଗ୍ୟ, ଗତକାଲି ଦୁଇ ଘଣ୍ଟା ଆଗରୁ ପହଣ୍ଡି ଓ ଅନ୍ୟାନ୍ୟ ନୀତି ବି ଶେଷ ହୋଇ ସାରିଥିଲା। ଏଣୁ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହେବା ପରେ ସଅଳ ରଥଟଣା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଅଳ ନୀତିକାନ୍ତି ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ତିନି ରଥ ଅଳ୍ପ ବାଟ ଗଡ଼ି ଅଟକି ରହିଥିଲେ।