୧୮ ତାରିଖରେ ଖୋଲିବ ଭିତର ରତ୍ନଭଣ୍ଡାର …

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପୁଣି ତଦାରଖ କମିଟିର ଜରୁରୀ ବୈଠକ ବସିଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରେ ଗଣମାଧ୍ୟମକୁ ଜଷ୍ଟିସ୍ ରଥ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି । ଆସନ୍ତା ଗୁରୁବାର ୧୮ ତାରିଖ ସକାଳ ୯ଟା ୫୧ ମିନିଟରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତରେ ଭିତର ଭଣ୍ଡାର ତାଲା ଖୋଲାଯିବ । ଚାବି ଖୋଲାଯିବା ପରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନକୁ ଗଣତି ମଣତି କରାଯିବ । ରତ୍ନଭଣ୍ଡାର ଗଣତି ମଣତି କରାଯିବା ବେଳେ ଭିଡ଼ିଓଗ୍ରାଫି କରାଯିବ ବୋଲି ଜଷ୍ଟିସ୍ ରଥ କହିଛନ୍ତି ।