ରେଭେନ୍ସା ନାମ ବଦଳ ପ୍ରସ୍ତାବ ଏକ ବିକୃତ ମସ୍ତିଷ୍କର ପରିଚୟ

ଚଣ୍ଡିଖୋଲ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ବର୍ତ୍ତମାନ ଓଡ଼ିଶା ରେ ନିଜର ପରିଚୟ ବୋଧେ ଖୋଜୁଛନ୍ତି , ତେଣୁ ବେଳେ ବେଳେ ଉଦ୍ଭଟ କଥା ମିଡ଼ିଆରେ ଚର୍ଚ୍ଚା ପାଇଁ ଛାଡୁଛନ୍ତି । କଟକରେ ସ୍ୱାୟତ ଶାସନ ପାଳନ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳେଇବା ପାଇଁ ” ବ୍ୟକ୍ତିଗତ ” ପ୍ରସ୍ତାବ ଦେଲେ ।ବୁଦ୍ଧିଜୀବୀ ଏହା ଉପରେ ଚର୍ଚ୍ଚା କରି ମତ ଦେବାକୁ ଆହ୍ୱାନ ଦେଲେ । ଖୁସିର କଥା ଓଡ଼ିଶାର ଅଧିକାଂଶ ବୁଦ୍ଧିଜୀବୀ ଓ ରେଭେନ୍ସାର ପ୍ରାକ୍ତନ ଛାତ୍ରଛାତ୍ରୀ ତାଙ୍କର ପ୍ରସ୍ତାବକୁ ଆଦୌ ଗୁରୁତ୍ୱ ନ ଦେଇ ନାକଚ କରିଛନ୍ତି । ସମସ୍ତେ ଏକ ସ୍ୱରରେ କହିଛନ୍ତି , ରେଭେନ୍ସା ଏକ କଲେଜ ର ନାଁ ନୁହେଁ, ଏକ ଐତିହ୍ୟ, ଏକ ପ୍ରବାହ , ଦେଶରେ ଓ ବିଶ୍ୱରେ ଓଡ଼ିଶାର ପରିଚୟ , ସମ୍ପର୍କର ସେତୁ । ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ବ୍ୟକ୍ତିଗତ ନଥିଲା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଇତିହାସକୁ ବିକୃତ କରିବା ଏଜେଣ୍ଡାର ଆଉ ଏକ କଡ଼ି ମାତ୍ର । ରେଭେନ୍ସା କଲେଜର ଇତିହାସ ସମ୍ପର୍କରେ ଆଲୋଚନା କରିବା ନିଷ୍ପ୍ରୟୋଜନ । ସମସ୍ତେ ଜାଣନ୍ତି । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଏକ ଦାୟିତ୍ୱ ହୀନ , ପ୍ରଗଲ୍ଭ ମନ୍ତ୍ରୀ ଭାବରେ ନଅଙ୍କ ଦୁର୍ଭିକ୍ଷର ବେଳର ଏକ କଳଙ୍କିତ ଚରିତ୍ର ଭାବରେ ଥୋମାସ ଏଡ଼ବାର୍ଡ ରେଭେନ୍ସାଙ୍କ ସମ୍ପର୍କରେ ଟିପ୍ପଣୀ ଦେଇ ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପାଇଁ ବୁଦ୍ଧିଜୀବୀଙ୍କ ମତ ଲୋଡିଛନ୍ତି।ରେଭେନ୍ସା ମହାବିଦ୍ୟାଳୟର ଜଣେ ପ୍ରାକ୍ତନ ଛାତ୍ର ଭାବରେ ଓ ମୋର ଛାତ୍ର ରାଜନୀତିରେ ରେଭେନ୍ସା କଲେଜର ଅବଦାନ ପ୍ରେକ୍ଷାପଟ୍ଟରେ ମୁଁ ମଧ୍ୟ ମନ୍ତ୍ରୀଙ୍କ ” ବ୍ୟକ୍ତିଗତ ” ପ୍ରଶ୍ନର କିଛି “ବ୍ୟକ୍ତିଗତ” ଉତ୍ତର ଦେବା କୁ ପ୍ରୟୋଜନ ମଣୁଛି । What was Ravenshaw doing during great famine of 1866 -ମନ୍ତ୍ରୀଙ୍କ ବ୍ୟକ୍ତିଗତ ଏହି ପ୍ରଶ୍ନର ଉତ୍ତର ହେଲା ” Did T E Ravenshaw Brought This Great Famine To Odisha ?ଧର୍ମେନ୍ଦ୍ର ପ୍ରଧାନଙ୍କର ନା ସେତେବେଳର ଇତିହାସ ସମ୍ପର୍କରେ ଜ୍ଞାନ ରହିଛି ନା ସେତେବେଳର ଭାରତର ପ୍ରଶାସନିକ ଭୂଗୋଳ ସମ୍ପର୍କରେ ଜ୍ଞାନ ରହିଛି । ମୋର ପ୍ରଶ୍ନ – 1769ର ବେଙ୍ଗଲ ଦୁର୍ଭିକ୍ଷ ସମ୍ପର୍କରେ ମନ୍ତ୍ରୀ ଜାଣନ୍ତି କି ? 1899ର କେନ୍ଦ୍ରୀୟ ପ୍ରୋଭିନ୍ସ ଓ ବ୍ରେରାର ,ବିହାର, ଗୁଜରାଟ, ବମ୍ବେ ପ୍ରେସିଡେନ୍ସି ଦୁର୍ଭିକ୍ଷ ସମ୍ପର୍କରେ ଜାଣନ୍ତି କି ? 1943-44 ବେଙ୍ଗଲ ପ୍ରୋଭିନ୍ସ ଦୁର୍ଭିକ୍ଷ ସମ୍ପର୍କରେ ଜାଣନ୍ତି କି ?1866 ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଠାରୁ ଅଧିକ ଭୟାବହ, ଅଧିକ ଜୀବନକ୍ଷୟ ଦୁର୍ଭିକ୍ଷ ଏଗୁଡିକ ଥିଲା । ମନ୍ତ୍ରୀ ଯଦି ଜାଣି ନାହାଁନ୍ତି ତାହେଲେ ବର୍ତ୍ତମାନ ତାଙ୍କର ସୁଯୋଗ ରହିଛି ଭାରତର ଅଭିଲେଖଗାରଗୁଡିକରୁ ଚେଷ୍ଟା କଲେ ଜାଣି ପାରିବେ ।ଏହି ସବୁ ଦୁର୍ଭିକ୍ଷ ବେଳେ ରେଭେନ୍ସା ସାହେବ ସେଠାରେ ପ୍ରଶାସକ ଥିଲେ କି ? ଯଦି ନ ଥିଲେ ସେଗୁଡ଼ିକର କଳଙ୍କିତ ନାୟକ କେଉଁ କେଉଁ ମାନେ ? ଧର୍ମେନ୍ଦ୍ର ପ୍ରଧାନ ଜାଣିବା ଉଚିତ ଯେ ବ୍ରିଟିଶ ରାଜ୍ ର ଔପନିବେଶିକ ଶାସନ ପ୍ରସାରଣର ନୀତି କେବଳ ଭାରତରେ ଦୁର୍ଭିକ୍ଷ ସୃଷ୍ଟି କରି ନ ଥିଲା , ସମଗ୍ର ଏସିଆ, ଆଫ୍ରିକା ଭୂଖଣ୍ଡରେ ଦୁର୍ଭିକ୍ଷ ସୃଷ୍ଟି କରିଥିଲା । ଭାରତର ଶସ୍ୟ ସାମଗ୍ରୀ ନିଜର ଉପନିବେଶ ସେନାଙ୍କ କଲୋନୀ ସମ୍ପ୍ରସାରଣ ବେଳେ ଖାଦ୍ୟ ଯୋଗାଇବା ପାଇଁ ଚାଲାଣ ହେଇଥିଲା । ଏବଂ ଏହି ଚାଲାଣରେ ସହଭାଗୀ ହେଇଥିଲେ ଭାରତୀୟ ବଣିକ । ରେଭେନ୍ସା ସାହେବ ଓଡ଼ିଶା ଭାଗର କମିଶନର ହେଇ 1865 ରେ ଓଡ଼ିଶା ଆସିଥିଲେ । କିନ୍ତୁ ଦୁର୍ଭିକ୍ଷର ପଦଚିହ୍ନ ଆଗରୁ ଆରମ୍ଭ ହେଇ ଯାଇଥିଲା । ମନ୍ତ୍ରୀ ଜାଣିବା ଉଚିତ ଯେ ଦୁର୍ଭିକ୍ଷ ବାତ୍ୟା କିମ୍ବା ଭୂମିକମ୍ପ ନୁହେଁ ଯେ ହଠାତ ଆସିଗଲା ଓ ଓଡ଼ିଶାର 10 ଲକ୍ଷ ଲୋକଙ୍କ ଜୀବନ ନେଇଗଲା ।

1866 ର ଦୁର୍ଭିକ୍ଷ ମାଡ୍ରାସ ପ୍ରେସିଡେନ୍ସିର ଉତ୍ତର-ପୂର୍ବ ଭାଗର 180000 ମାଇଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ଯେଉଁଥିରେ 4କୋଟି 75 ଲକ୍ଷ ଲୋକ ପ୍ରଭାବିତ ହେଇଥିଲେ । ସର୍ବାଧିକ ପ୍ରଭାବିତ ହେଇଥିଲା ଓଡ଼ିଶାର ପୂର୍ଵ ଉପକୂଳ – ଗଞ୍ଜାମ ରୁ ଆରମ୍ଭ କରି ମେଦିନ ପୁର ପର୍ଯ୍ୟନ୍ତ । ଏହି ଦୁର୍ଭିକ୍ଷ ରେ ପ୍ରାୟ 10 ଲକ୍ଷ ଲୋକ ଅର୍ଥାତ ଆଧୁନିକ ଓଡ଼ିଶାର ଏକ ତୃତୀୟାଂଶ ଲୋକ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ସେତେବେଳେ ଓଡ଼ିଶାର ଜମିଦାର ଓ ଗଡଜାତ ଶାସକ ମାନେ କଣ କରୁଥିଲେ ? ମନ୍ତ୍ରୀ ଜାଣିବା ଉଚିତ ଯେ ସେତେବେଳେ ଏହି ସମସ୍ତ ଅଞ୍ଚଳର ଭାରତର ଅବଶିଷ୍ଟ ଭାରତ ସହ ଯୋଗାଯୋଗର କୌଣସି ମାଧ୍ୟମ ନଥିଲା । ମନ୍ତ୍ରୀ ଜାଣିବା ଉଚିତ ଥିଲା ଓଡ଼ିଶାର ଖୋର୍ଦ୍ଧାରୁ ଭୁବନେଶ୍ୱର ପ୍ରଥମ ରେଳ ଗଡିଥିଲା 1896 ଜୁଲାଇ 20 ତାରିଖରେ ।
ବର୍ତ୍ତମାନ ଭଳି ଶହ ଶହ ଟନ ଖାଦ୍ୟ ଶସ୍ୟ ପରିବହନ ପାଇଁ ଗାଡି ମଟର ନ ଥିଲା । ଓଡ଼ିଶାର ରାଜା ମହାରାଜାମାନେ କେଉଁ ମସିହାରେ ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ ମୋଟର ଗାଡି ଆଣିଲେ ମନ୍ତ୍ରୀ ଟିକିଏ ସେମାନଙ୍କ ଠାରୁ ବୁଝିନେବେ । ଦରକାର ହେଲେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହ ଦେଓ କେବେ ପ୍ରଥମ ଗାଡି ଇଂଲଣ୍ଡରୁ ଆମଦାନୀ କଲେ ପଚାରି ନେବେ । ତେଣୁ ଓଡ଼ିଶାର 1865 ପୂର୍ବରୁ କ୍ରମାଗତ ଅନିୟମିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ମରୁଡ଼ି ଶେଷରେ ଯେଉଁ ଦୁର୍ଭିକ୍ଷ 1967 ବେଳକୁ କରାଳ ରୂପ ନେଲା ତାହା ବ୍ରିଟିଶ ଶାସକମାନଙ୍କ ନିକଟରେ ପହଞ୍ଚିଲା ବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ଗଲାଣି । ତଥାପି ଯେତେବେଳେ ବେଙ୍ଗଲରୁ 10ହଜାର ମେଟ୍ରିକ ଟନ ଶସ୍ଯ ଜଳ ଭାଗରେ 1866ରେ ପହଞ୍ଚିଲା ସେତେବେଳେ ସେପ୍ଟେମ୍ବର ମାସ ଓ ଓଡ଼ିଶାର ବର୍ଷା ଋତୁ । ସ୍ଥଳ ଭାଗରେ ପହଞ୍ଚେଇବା ପାଇଁ ଏକମାତ୍ର ସାଧନ ବଳଦ ଓ ଦକ୍ଷିଣ ଓଡ଼ିଶାରେ ପୋଢ଼ ଟଣା ଶଗଡ଼ ଗାଡ଼ି । ବର୍ଷା ଋତୁ ଯୋଗୁଁ ଏହା ମଧ୍ୟ ଦ୍ରୁତ ପରିବହନ ନ ହେଇ ରାଜା ଜମିଦାରଙ୍କ ଅମାରରେ ପଡି ରହିଲା । ଅନେକ ସ୍ଥାନରେ ଲୁଟ ତରାଜ ହେଲା । ଏହି ଲୁଟ ତରାଜ ଜମିଦାରଙ୍କ ମୂଲିଆମାନଙ୍କ ଦ୍ୱାରା କରାଗଲା । ବେପାରୀମାନେ ସେମାନଙ୍କ ଠାରୁ ଚଢା ଦରରେ କିଣି ଲୋକଙ୍କୁ ଆହୁରି ଚଢା ଦରରେ ବିକିବା ଆରମ୍ଭ କଲେ ଏବେ ଯେମିତି ବେଙ୍ଗଲ ଆଳୁ ଦାମ ହେଉଛି ।

ସେପ୍ଟେମ୍ବର ପୂର୍ବରୁ ଅଧିକାଂଶ ଲୋକେ ହଇଜାରେ ପୋକମାଛି ପରି ମଲେ, ପୁଣି ସେପ୍ଟେମ୍ବର ପରେ ମ୍ୟାଲେରିଆରେ ମଲେ ।
ଯେତେବେଳେ ଖ୍ରୀଷ୍ଟାନ ମିଶନାରୀ ଓ କିଛି ବଦାନ୍ୟ ଧନୀ ବ୍ୟକ୍ତି ରିଲିଫ ସେଣ୍ଟର ଖୋଲିଲେ ସେତେବେଳେ ବି ଖଳ ପ୍ରକୃତର ଲୋକ ଅପପ୍ରଚାର କରି ଲୋକମାନଙ୍କୁ ସେଣ୍ଟରକୁ ଛାଡିଲେ ନାହିଁ । ବରଂ ରିଲିଫ ସାମଗ୍ରୀ ହଡପ କରି ନିଜର ଦୋକାନରେ ଚଢା ଦାମରେ ବିକିଲେ ।
କଟକ ଜିଲ୍ଲା କଲେକ୍ଟର ଦାୟିତ୍ୱରେ ଥିବା John Beams ଙ୍କ ସହ ରେଭେନ୍ସା ସାହେବଙ୍କ ମତ ପାର୍ଥକ୍ୟ ଯୋଗୁଁ ଯୋଗାଣ ବ୍ୟବସ୍ଥା ମଧ୍ୟ ବାଧା ପ୍ରାପ୍ତ ହେଇଥିଲା । ଅବଶ୍ୟ John Beams ଓ TE Ravenshaw ଉଭୟେ 1966 ନ’ଅଙ୍କ ଦୁର୍ଭିକ୍ଷ ମୂଳରେ ବ୍ରିଟିଶ ପ୍ରଶାସନର ଦୁର୍ବଳତା ବୁଝି ପାରିଥିଲେ । ବିଶେଷ କରି Beames ଥିଲେ ବ୍ରିଟିଶ ପ୍ରଶାସନିକ ସେବାର ରକ୍ଷଣଶୀଳ ମାନସିକତାର ଅଫିସର । ଭାରତର ଜୁନିଅର ଅଫିସରଙ୍କ ସହ ସମ୍ପର୍କ କ୍ଷେତ୍ରରେ ରଙ୍ଗ ଭେଦ ଉପରେ ଗୁରୁତ୍ୱ ଦେଉଥିଲେ ।କିନ୍ତୁ ନ ‘ଅଙ୍କ ଦୁର୍ଭିକ୍ଷ ଶେଷ ହେଲା ବେଳକୁ ଯେତେବେଳେ କଲେକ୍ଟର ହେଇ 1969ରେ ବାଲେଶ୍ଵର ଆସିଲେ ସେତେବେଳେ ଓଡ଼ିଆ ଲୋକଙ୍କ ପ୍ରତିକ୍ରିୟା ଅନୁଭବ କରି ନିଜେ ଓଡ଼ିଆ ଭାଷା ଶିଖିଲେ, ଏହାର ଭାଷା, ସାହିତ୍ୟ, ମନ୍ଦିର ଶିଳ୍ପ ଇତ୍ୟାଦି ଉପରେ ପୁସ୍ତକ ଲେଖିଲେ । ଓଡ଼ିଆ ଲୋକଙ୍କ Sentiment ବୁଝି ସେମାନଙ୍କ ସହ ମିଶିଲେ । ବାଲେଶ୍ଵର ଶିଳାଲେଖ ଅଧ୍ୟୟନ କରି ଓଡ଼ିଆ ଲିପି ଦକ୍ଷିଣର KUTILA SCRIPT ରୁ ବିକଶିତ ହେଇଛି ବୋଲି ଦୃଢ଼ ପ୍ରମାଣ ଦେଲେ ଓ ପୂର୍ବରୁ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ଅବଧାରଣାକୁ ମିଥ୍ୟା ପ୍ରମାଣ କଲେ । ଏହା ପରବର୍ତ୍ତୀ ସମୟରେ ଓଡ଼ିଶା ଏକ ସ୍ୱତନ୍ତ୍ର ଭାଷା ଓ ଏହା ଭିତ୍ତିରେ ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦୃଢ଼ ବୁନିୟାଦି ପକେଇ ପାରିଥିଲା ।
ଅନ୍ୟ ପକ୍ଷରେ ରେଭେନ୍ସା ସାହେବ ଅନୁଭଵ କରିଥିଲେ ଓଡ଼ିଆ ପିଲା କଲେଜ ଶିକ୍ଷା ପାଇବା କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ । ତାଙ୍କର ଉଦ୍ୟମ ରେ କଟକ ଜିଲ୍ଲା ସ୍କୁଲରେ କଲେଜ ଶ୍ରେଣୀ ଆରମ୍ଭ କରିବା ପାଇଁ ଅନୁମତି ହାସଲ ହୋଇଥିଲା ଓ 1868ରେ ମାତ୍ର 6 ଜଣ ପିଲାଙ୍କୁ ନେଇ ଇଣ୍ଟରମିଡ଼ିଏଟର ଦୁଇ ଶ୍ରେଣୀ ଆରମ୍ଭ ହେଇଥିଲା । ପୁଣି ଏହାକୁ ପୂର୍ଣ୍ଣାଙ୍ଗ ଡିଗ୍ରୀ କଲେଜରେ ରୂପାନ୍ତରିତ କରିବା କ୍ଷେତ୍ରରେ ତାଙ୍କର ଉଦ୍ୟମ ସ୍ମରଣଯୋଗ୍ୟ । କଲେଜ ଖୋଲିବା ପାଇଁ ପ୍ରଥମେ ମୟୁରଭଞ୍ଜ ମହାରାଜା ଓ ପାରଳା ମହାରାଜାଙ୍କ ଆର୍ଥିକ ସହାୟତା ପ୍ରଣିଧାନ ଯୋଗ୍ୟ । ମାତ୍ର 19 ଜଣ ଛାତ୍ରଙ୍କୁ ନେଇ 1878ରେ କଟକ କଲେଜ ପ୍ରତିଷ୍ଠା ହେଇଥିଲା ଓ କଲିକତା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେଇଥିଲା । ପାରଳା ମହାରାଜା ₹20000 ସ୍ଥାୟୀ ପାଣ୍ଠି ଜମା କରିଥିଲେ । 1881ରେ ଏହା ସ୍ଥାୟୀ କଲେଜ ଭାବରେ ସ୍ୱୀକୃତି ପାଇଥିଲା । କିନ୍ତୁ କଲେଜର ଅଗ୍ରଗତି ଧିମା ଥିଲା । ଶତାବ୍ଦୀ ଶେଷ ବେଳକୁ ମାତ୍ର 94 ଜଣ ଗ୍ରାଜୁ ଏଟ ଉତ୍ତୀର୍ଣ୍ଣ ହେଇଥିଲେ ଓ ମାତ୍ର 97 ଛାତ୍ର ନାମ ଲେଖଇ ଥିଲେ । ବିଜ୍ଞାନ ପାଠ୍ୟକ୍ରମ 1912 ପର୍ଯ୍ୟନ୍ତ କେବଳ ଇଣ୍ଟର ମିଡିଇଟ ଶ୍ରେଣୀ ପର୍ଯ୍ୟନ୍ତ ସୀମିତ ଥିଲା । 1912ରେ ବିହାର ଓ ଓଡ଼ିଶାର ବେଙ୍ଗଲ ପ୍ରେସିଡେନ୍ସିରୁ ଅଲଗା ହେଲା ପରେ ଆମର ଉଚ୍ଚ ଶିକ୍ଷା ପାଟଣା ବିଶ୍ୱବିଦ୍ୟାଳୟ ସହ 1917ରେ ଅନୁବନ୍ଧିତ ହେଲା । ପାରଳା ମହାରାଜାଙ୍କ ପ୍ରସ୍ତାବ କ୍ରମେ ହିଁ 1878 ମସିହାରେ କଟକ କଲେଜର ନାଁ TE Ravenshaw ଙ୍କ ନାଁ ରେ ନାମିତ ହେଇଥିଲା ।
ରେଭେନ୍ସା ସାହେବଙ୍କର ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା , କଳା, ବିଜ୍ଞାନ, ବାଣିଜ୍ୟ ଶିକ୍ଷା, ମେଡ଼ିକାଲ ଓ ବୈଷୟିକ ଶିକ୍ଷା ,ଶିକ୍ଷକ ଟ୍ରେନିଂ ଶିକ୍ଷା, ନାରୀ ଶିକ୍ଷା , ସହ – ଶିକ୍ଷା ସବୁକ୍ଷେତ୍ରରେ ଓଡ଼ିଶାରେ ବିକାଶ କରିବା କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଅବଦାନ ରହିଛି । ତାଙ୍କର ଶିକ୍ଷା ପ୍ରସାର ଉଦ୍ୟମକୁ ରାଜା ମହାରାଜା , ରାଣୀ ମଧ୍ୟ ସହଯୋଗ କରିଛନ୍ତି । ପାରଳା ମହାରାଜା, ମୟୁରଭଞ୍ଜ ମହାରାଜା, କନିକା ରାଜା, ସୋନପୁର ମହାରାଣୀ ପ୍ରମୁଖଙ୍କ ଅର୍ଥ ଓ ଭୂମି ଦାନ ଯୋଗୁଁ ସମୟ କ୍ରମେ ରେଭେନ୍ସାର ନୂତନ କୋଠା, ପ୍ରାଙ୍ଗଣ, ଖେଳ ପଡିଆ, ମେଡ଼ିକାଲ ସ୍କୁଲ, କନିକା ଲାଇବ୍ରେରୀ ଗଢି ଉଠିଛି । ଯଦିଓ ରେଭେନ୍ସା ସାହେବ 1899 ରେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ତାଙ୍କର ପରିକଳ୍ପନା ବଡ଼ କଳେବର ଗ୍ରହଣ କରିଥିଲା । 1917 ରେ ରେଭେନ୍ସା ଅନୁବନ୍ଧନ ପାଟଣା ବିଶ୍ଵ ବିଦ୍ୟାଳୟକୁ ଗଲା । 1921ରେ ଚକରା ପଡିଆରେ ବର୍ତ୍ତମାନର ବିଲ୍ଡିଂ 10 ଲକ୍ଷ ଟଙ୍କାରେ ନିର୍ମାଣ ହେଲା । ମୟୁରଭଞ୍ଜ ମହାରାଜା ଏହି ଅର୍ଥ ଦାନ କରିଥିଲେ । 1919 ରେ ଏହି ଐତିହ୍ୟ ସ୍ମାରକୀ ବିଲ୍ଡିଂ ର ଭିତ୍ତି ପ୍ରସ୍ତର ପଡ଼ିଲା ବେଳେ ବିହାର ଓଡ଼ିଶା ରାଜ୍ୟପାଳ ଏଡ଼ବାର୍ଡ ଗେୟଟ କହିଥିଲେ, ” The Mighty Monument One Day Would Grow Into A University ” ଓଡ଼ିଶାର ସମସ୍ତ ବରପୁତ୍ର ରେଭେନ୍ସା ମାଟିରେ ବିଦ୍ୟାର୍ଥୀ ହେଇଛନ୍ତି ଓ ଏହି ରେଭେନ୍ସା ମାଟିରୁ ସ୍ୱାଧୀନତା ସଂଗ୍ରାମୀ ଜନ୍ମ ନେଇଛନ୍ତି । ଏଇଟି ଶ୍ରୀମତୀ ନନ୍ଦିନୀ ଶତପଥୀ ବ୍ରିଟିଶ ପତାକା ଓହ୍ଲାଇଛନ୍ତି । ଏହି ମାଟି ଆଧୁନିକ ଓଡ଼ିଶାର ମହାନ ବିଦ୍ୱାନ, ସାହିତ୍ୟିକ, ଚିତ୍ରକର, ଭାସ୍କର , କ୍ରୀଡ଼ାବିତ, କ୍ରୀଡ଼ା ପ୍ରଶାସକ, ବୈଜ୍ଞାନିକ, ଦେଶ ପ୍ରଶାସକ ସୃଷ୍ଟି କରିଛି । କଥାରେ ଅଛି Any Body Who Is Some Body Is No Body But A Ravenshaw Vian . ଏହି ମାଟିରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଅନେକ ବିଚାର ପତି ଓ ମୁଖ୍ୟ ବିଚାରପତି ଦେଇଛି ।
ରେଭେନ୍ସା ସାହେବଙ୍କୁ ଇଂଲଣ୍ଡରେ ଦେଖା କରି ମଧୁବାବୁ କହିଥିଲେ, ” I and Odia People Love You Very Much . କୁଳବୃଦ୍ଧ ମଧୁବାବୁଙ୍କ ସ୍ୱୀକୃତି ଅପେକ୍ଷା ଆଉ କେଉଁ ବଡ଼ ସାର୍ଟିଫିକେଟ ମନ୍ତ୍ରୀ ଆଶା କରୁଛନ୍ତି ?
ରେଭେନ୍ସା ସାହେବ ଯଦି ନ’ଅଙ୍କ ଦୁର୍ଭିକ୍ଷ ପାଇଁ କଳଙ୍କର ଟୀକା ପିନ୍ଧିବେ, ତାହେଲେ ମନ୍ତ୍ରୀଙ୍କ ସାହସ ଅଛି କି 1943- 44 ବେଙ୍ଗଲ ଦୁର୍ଭିକ୍ଷ ପାଇଁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ କଳଙ୍କ ଟୀକା ପିନ୍ଧେଇ ପାରିବେ କି ?
ତାଙ୍କର ଅବଗତି ନିମନ୍ତେ ଶ୍ୟାମା ପ୍ରସାଦ ମୁଖାର୍ଜୀ ସେତେବେଳେ ଥିଲେ ବେଙ୍ଗଲର ଉପମୁଖ୍ୟମନ୍ତ୍ରୀ, ବାଣିଜ୍ୟ, ଶିଳ୍ପ , ଯୋଗାଣ, ଖାଦ୍ୟ ବିଭାଗର ମନ୍ତ୍ରୀ ଓ କଲିକତା ସହରରେ କେବଳ 30 ଲକ୍ଷ ମଣିଷ ମରି ପଡ଼ିଥିଲେ । ସେତେବେଳେ ବେଙ୍ଗଲ ଥିଲା Rice Bowl of India . ଏବଂ ଏହି Rice କେଉଁ ମାନଙ୍କ ସହଯୋଗରେ ରପ୍ତାନୀ ହେଇଥିଲା ?
ମୁଁ ମନ୍ତ୍ରୀଙ୍କ ପ୍ରସ୍ତାବକୁ ଦୃଢ଼ ଭାଷା ରେ ଭତ୍ସନା କରୁଛି ।।
ପ୍ରାକ୍ତନ ରେଭେନ୍ସା ଛାତ୍ର ବିଜୟ ସାହୁ
ଚଣ୍ଡୀଖୋଲ ।।
