ଅଶ୍ୱିନଙ୍କ ଆଗରେ ବିଶ୍ବକପ ବିଜୟର ମନ୍ତ୍ର କହିଲେ ଅଷ୍ଟ୍ରେଲିଆର ଜର୍ଜ ବେଲି , ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ବକପ୨୦୨୩ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ବିଶ୍ବକପ୍ ଜିତିଥିଲା। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ଯଦି ସେ ଟସ୍ ଜିତିଥାନ୍ତେ, ତେବେ ସେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥାନ୍ତେ। ତେବେ ମ୍ୟାଚ୍ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ପିଚ୍ ପଢ଼ିବାରେ ଭୁଲ୍ କରିଥିବା ଜଣାପଡ଼ିଥିଲା ଏବଂ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ସକାଳୁ ରାତି ପର୍ଯ୍ୟନ୍ତ ପିଚ୍ କିପରି ଖେଳିବ ତାହା ପରୀକ୍ଷା କରିଥିଲେ।

ଅଷ୍ଟ୍ରେଲିଆ ଦଳର ମୁଖ୍ୟ ଚୟନକର୍ତ୍ତା ତଥା ପୂର୍ବତନ କ୍ରିକେଟର ଜର୍ଜ ବେଲି ନିଜେ ଏହି ସୂଚନା ଦେଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ପ୍ରକାଶ କରିଛନ୍ତି ଯେ ଜର୍ଜ ବେଲି ତାଙ୍କୁ ପ୍ରଥମେ ବ୍ୟାଟିଂ ନକରିବାର କାରଣ କହିଥିଲେ। ଯେତେବେଳେ ମୁଁ ଜର୍ଜ ବେଲିଙ୍କୁ ପଚାରିଲି, ଆପଣ ପ୍ରଥମେ ବ୍ୟାଟିଂ କଲେ ନାହିଁ କାହିଁକି? ସେ କହିଥିଲେଆମେ ଦୀର୍ଘ ଦିନ ହେବ ଏଠାରେ ଆଇପିଏଲ୍ ଏବଂ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳୁଛୁ କି ଲାଲ୍ ମାଟି ପିଚ୍ ଫାଟିଥାଏ  , କିନ୍ତୁ କଳା ମାଟି ପିଚ୍ ଫାଟିନଥାଏ ।ତେବେ ଏହି ପିଚ୍    ରାତିରେ ଖେଳିବାପାଇ ଭଲ ହୋଇଯାଏ । ସେହିପରି ଲାଲ ମାଟି ପିଚ୍ ଉପରେ ଶୀତର କୌଣସି ପ୍ରଭାବ ପଡ଼ିନଥାଏ, କିନ୍ତୁ କଳା ମାଟି ପିଚ୍ ରେ ଅପରାହ୍ନରେ ବଲ୍ ବହୁତ ଟର୍ଣ୍ଣ ହୋଇଥାଏ ଏବଂ ତା’ପରେ ରାତିରେ ଏହା ଏକ ପାଟା ବା ସମତଳ ପିଚରେ ପରିଣତ ହୋଇଥାଏ। ଏହା ଆମର ଅଭିଜ୍ଞତା, ତେଣୁ ଆମେ ଟସ୍ ଜିତି ଫାଇନାଲ୍ ମ୍ୟାଚ୍ ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲୁ।

Leave a Reply

Your email address will not be published. Required fields are marked *