ଦ୍ବିତୀୟ ଥର ଶକ୍ତିକାନ୍ତ ଦାସଙ୍କୁ ମିଳିଲା A+ ରେଟିଂ…

ନୂଆଦିଲ୍ଲୀ; ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଦ୍ବିତୀୟ ଥର ପାଇଁ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ  ଏ ପ୍ଲସ ରେଟିଂ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ଏହି ରିପୋର୍ଟରେ ଡେନମାର୍କର କ୍ରିଷ୍ଟିଆନ କେଟଲ ଥମ୍ସନ୍, ଭାରତର ଶକ୍ତିକାନ୍ତ ଦାସ ଓ ସୁଇଜରଲ୍ୟାଣ୍ଡର ଥୋମାସ୍ ଯୋର୍ଡନଙ୍କୁ ଏହି ଏ ପ୍ଲସ ଗ୍ରେଡ୍ ମିଳିଛି।ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ ପାଇଁ ଶକ୍ତିକାନ୍ତ ଦାସଙ୍କୁ ଏହି ସମ୍ମାନ ମିଳିଛି ।

ବିଶ୍ବ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ଗତ ୧୯୯୪ରୁ ପ୍ରକାଶିତ ହୋଇ ଆସୁଛି । ଏଥିରେ ଦୁନିଆର ୧୦୧ ଜଣ ସେଣ୍ଟ୍ରାଲ ବ୍ୟାଙ୍କରଙ୍କ କାର୍ଯ୍ୟକାଳର ପ୍ରଦର୍ଶନ କରାଯାଇଥାଏ । ଗତ ବର୍ଷ ବି ଶକ୍ତିକାନ୍ତିଙ୍କୁ ଏ ପ୍ଲସ ରେଟିଂ ମିଳିଥିଲା । ଏହି ରିପୋର୍ଟ କାର୍ଡରେ ଗ୍ରେଡ ଏ ରୁ ଗ୍ରେଡ ଏଫ ପର୍ଯ୍ୟନ୍ତ ରାଙ୍କ୍ ରହିଥାଏ । ଏକ ବର୍ଷ ମଧ୍ୟରେ କେଉଁ ସେଣ୍ଟ୍ରାଲ ବ୍ୟାଙ୍କର କଣ ପ୍ରଦର୍ଶନ ରହିଛି ତାହା ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପ୍ରକାଶ କରିଥାଏ ।

Leave a Reply

Your email address will not be published. Required fields are marked *