ହାଇଦ୍ରାବଦକୁ ହରେଇବା ଲକ୍ଷରେ ପଡିଆକୁ ଓହ୍ଲାଇବ ଆରସିବି
ହାଇଦ୍ରାବାଦ,୧୮।୫ : ଆଜି ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯିବ । ପଏଣ୍ଟ ଟେବୁଲରେ ଏସଆରଏଚ ନଶମ ସ୍ଥାନରେ ରହିଛି। ସେହିପରି ପଞ୍ଚମ ସ୍ଥାନରେ ଆରସିବି ଦଳ ରହିଛି।
ଏସଆରଏଚ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୪ ଟି ଜିତିଛି ଏବଂ ୮ ଟି ହାରିଛି । ଏସଆରଏଚର ପଏଣ୍ଟ ୮ ରହିଛି। ଏଥି ସହିତ ବାଙ୍ଗାଲୋର ୧୨ ଟି ମ୍ୟାଚ ଖେଳିଛି। ଏହାର ପଏଣ୍ଟ ୧୨ ରହିଛି। ବାଙ୍ଗାଲୋର ୬ ଟି ମ୍ୟାଚ ଜିତି ୬ଟିରେ ହାରିଛି।ତେବେ ଆରସିବି ଏହି ମ୍ୟାଚକୁ ଜିତି ପ୍ଲେ-ଅଫ୍ ପାଇଁ ଆଉ ଏକ ପାହାଚ ଚଢିବାକୁ ଚେଷ୍ଟା କରିବ । ସେହିପରି ଯଦି ପଏଣ୍ଟ ଟେବୁଲ ଉପରେ ନଜର ପକେଇବେ କେବଳ ଗୁଜୁରାଟ ପ୍ଲେ-ଅଫରେ ପ୍ରବେଶ କରିଛି । ଆଜିର ଏହି ମ୍ୟାଚ କେବଳ ଆରସିବି ପାଇଁ ଗୁରୁତ୍ବ ବହନ କରିବ । କାରଣ ହାଇଦ୍ରାବାଦ୍ ଯଦି ତାର ସମସ୍ତ ମ୍ୟାଚ ଜିତେ , ତଥାପି ପ୍ଲେ ଅଫ ପାଇ ଯୋଗ୍ୟ ବିବେଚିତ ହେବ ନାହିଁ । ଅନ୍ୟ ପକ୍ଷରେ ଆରସିବି ଏହି ମ୍ୟାଚକୁ ନିଜ ନାମରେ କରି ଟେବୁଲର ତୃତୀୟ ସ୍ଥାନ ଅଧିକାର କରିବାର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।