ଗାଭାସ୍କର ନା ସଚିନ, ରୋହିତ ନା କୋହଲି କେହି କରିନାହାନ୍ତି । ଆଜି ହୋଇ ପାରେ ଏହି ରେକର୍ଡ ……
ଡୋମିନିକା : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୟସୱାଲ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏହା ତାଙ୍କର ଭାରତ ପାଇଁ ପ୍ରଥମ ଟେଷ୍ଟ । ଡେବ୍ୟୁରେ ଶତକ ହାସଲ କରିବାରେ ଜୟସୱାଲ ୧୭ ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ କିର୍ତ୍ତୀମାନ ରଚିଛନ୍ତି । ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ସେ ୧୪୩ ରନ୍ ସ୍କୋର କରି ନଟଆଉଟ ରହିଥିବା ବେଳେ ଆଜି ସେ ବ୍ୟାଟିଂ କରିବାକୁ ପଡିଆକୁ ଆସିଲେ ଅନେକ ବଡ଼ ରେକର୍ଡ ତାଙ୍କ ନଜରରେ ରହିବ । ତେବେ କ’ଣ ଏହି ରେକର୍ଡ ଆସନ୍ତୁ ଏହି ରିପୋର୍ଟରୁ ଜାଣିବା ।
ଯଦି ଆମେ ଭାରତର କ୍ରିକେଟ୍ ଇତିହାସକୁ ଆଗକୁ ଆଣିବା ତେବେ ସେ ଗାଭାସ୍କର ହୁଅନ୍ତୁ ବା ସଚିନ୍ , ରୋହିତ କି କୋହଲି ଏମାନେ ମଧ୍ୟ ତାଙ୍କ ଡେବ୍ୟୁ ଟେଷ୍ଟରେ ଦ୍ୱିଶତକ ହାସଲ କରିନାହାଁନ୍ତି । ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଯଦି ଯଶ୍ବସୀ ଆଉ ୫୭ ରନ୍ ସଂଗ୍ରହ କରିପାରିବେ , ତେବେ ସେ ଟେଷ୍ଟ ଡେବ୍ୟୁରେ ଦ୍ୱିଶତକ ହାସଲ କରିବା ପ୍ରଥମ ଭାରତୀୟ ହେବେ। ତେବେ ଯଦି ବିଶ୍ବ କ୍ରିକେଟ କଥା ଆଲୋଚନା ପରିସରକୁ ଆସେ ତେବେ ୭ ଜଣ ଏମିତି କରିବାରେ ସଫଳ ହୋଇଛନ୍ତି । ଟିପ୍ ଫଷ୍ଚର (ENG) , ଲରେନ୍ସ ରୋଇ(WI) , ବ୍ରେଣ୍ଡନ କରୁପୁ(SL)ମ୍ୟାଥ୍ୟୁ ସିନକ୍ଲେୟର (NZ), ଜ୍ୟାକ୍ ରୁଡୋଲଫ୍ (SA), କାଇଲ୍ ମେୟର(WI), ଡେଭନ କନୱେ (NZ) ।