ବାହାରିଲା କେନ୍ଦ୍ର ସରକାରଙ୍କ ସରକାରୀ ଚାକିରୀ…ଡେରି ନ କରି ତୁରନ୍ତ ପକାନ୍ତୁ…

ଭୁବନେଶ୍ୱର : ନିକଟରେ ଓଡ଼ିଶା ସରକାର ରାଜ୍ୟରେ ଏବଂ ଜିଲ୍ଲା ପୁଲିସ୍ କନଷ୍ଟେବଲ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଏଥିରେ କେତେ ପିଲା ସଫଳତା ପାଇଲେ। ଆଉ କେତେକ ସଫଳତା ପାଇଲେ ନାହିଁ। ଯେଉଁମାନେ ସଫଳତା ପାଇଲେ ଏବଂ ଯେଉଁମାନେ ନ ପାଇଲେ, ସେ ସମସ୍ତଙ୍କ ପାଇଁ ପୁଣି ସୁଯୋଗ ଆସିଛି। ହେଲେ ଓଡ଼ିଶା ସରକାର ନୁହେଁ।  ଭାରତ ସରକାରଙ୍କ  ଦ୍ୱାରା ବାହିରିଛି ସରକାରୀ ଚାକିରୀ। କେନ୍ଦ୍ର ସରକାର ଗୃହ ମନ୍ତ୍ରଳାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ (ସିଏପିଏଫ) ଏବଂ ଦିଲ୍ଲୀ ପୋଲିସରେ ‘ସବ ଇନ୍ସପେକ୍ଟର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଦିଲ୍ଲୀ ପୋଲିସ ଓ ଅର୍ଦ୍ଧ ସାମରିକ ବଳର ବିଭିନ୍ନ ବିଭାଗରେ ଖାଲିଥିବା ୧୮୭୬ଟି ସବ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ସମେତ ଭାରତ ବର୍ଷର ଯେ କୌଣସି ରାଜ୍ୟର ପିଲା ଏଥିପାଇଁ ଆବେଦନ କରିପାରିବେ।

ବାହାରିଥିବା ବିଜ୍ଞପ୍ତିରେ  ସବ ଇନ୍ସପେକ୍ଟର (ମୋଟ ପଦବୀ) – ୧୮୭୬ ଥିବା ଜଣାପଡିଛି। ଏହା ମଧ୍ୟରେ  ଦିଲ୍ଲୀ ପୋଲିସ (ପୁରୁଷ ବର୍ଗ) – ୧୦୯ ଏବଂ ଦିଲ୍ଲୀ ପୋଲିସ (ମହିଳା ବର୍ଗ) – ୫୩ଟି ପଦ ରହିଛି। ସେହିପରି ବିଏସଫ – ୧୧୩, ସିଆରପିଏଫ – ୮୧୮, ସିଆଇଏସଏଫ – ୬୩୦, ଆଇଟିବିପି – ୬୩ ଏବଂ ଏସଏସବି – ୯୦ ପଦ ପାଇଁ ନିଯୁକ୍ତି ବାହାରିଛି। ଦିଲ୍ଲୀ ପୋଲିସ ସହ ଅର୍ଦ୍ଧ ସାମରିକ ବଳର ବିଭିନ୍ନ ବିଭାଗ ଯଥା ବିଏସଫ, ସିଆରପିଏଫ, ସିଆଇଏସଏଫ, ଆଇଟିବିପି ଓ ଏସଏସବିରେ ଏହି ସବ ଇନ୍ସପେକ୍ଟର ନିଯୁକ୍ତ ହେବେ। ଏହି ପଦବୀ ପାଇଁ ଦେଶ ବିଭିନ୍ନ ରାଜ୍ୟରେ ପରୀକ୍ଷା କରାଯିବ ବୋଲି ଜଣପାଡିଛି । କିଛିଦିନ ହେବ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଅଗଷ୍ଟ ୧୫ ରଖାଯାଇଛି।

ଆବେଦନ କରିବା ପାଇଁ କେତେକ ମୌଳିକ ଜିନିଷ ଆପଣମାନଙ୍କୁ ମନେ ରଖିବାକୁ ପଡିବ। ଏହା ମଧ୍ୟରେ ରହିଛି -ଏସଏସସିର ୱେବସାଇଟ୍ ssc.nic.inକୁ ଯାଇ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରିବାକୁ ପଡିବ। ଏହା ପରେ  ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ। ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ। ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରକୁ ବାଛିବାକୁ ପଡିବ। ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ ଏହି ‘ସବ ଇନ୍ସପେକ୍ଟର’ ପଦବୀ ପରୀକ୍ଷା ପାଇଁ କେବଳ ସାଧରଣ ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।ଏହି ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ଏସଏସସି ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏସଏସସିର ୱେବସାଇଟରେ ଉପଲବ୍ଧ। ଶେଷରେ ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଏସଏସସିର ୱେବସାଇଟରେ ବାହାରିବ ବୋଲି କୁହାଯାଇଛି।

ଏହି ଆବେଦନ ଫର୍ମ ପକାଇବା ପାଇଁ କେତେକ ମୌଳିକ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।  ଏହା ମଧ୍ୟରେ ରହିଛି ଯେ, ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀମାନଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରାର୍ଥୀମାନେ ଅତି କମରେ ଯେକୌଣସି ବିଭାଗରେ ସ୍ନାତକ ପାସ କରିଥିବା ଆବଶ୍ୟକ। ସବ ଇନ୍ସପେକ୍ଟର’ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ଏସଏସସିର ୱେବସାଇଟରେ ଉପଲବ୍ଧ। ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଛାଡ଼ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ସବୁ ପ୍ରକ୍ରିୟା ପରେ ଚୟନ ପ୍ରକ୍ରିୟା  ଅନୁଷ୍ଠିତ ହେବ।  ଆବେଦନ ପରେ ଯୋଗ୍ୟ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ଏକ ପ୍ରବେଶିକ ପରୀକ୍ଷା ଦେବାକୁ ହେବ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଯାଞ୍ଚ କରାଯିବ। ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଶାରୀରିକ ପରୀକ୍ଷା କରାଯିବ ବୋଲି ସ୍ଥିରୀକୃତ କରାଯାଇଛି।

Leave a Reply

Your email address will not be published. Required fields are marked *