ଆଇଆଇଏମ୍ସିରେ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ଆବେଦନ ଆରମ୍ଭ, ୩୦କୁ ବଢ଼ିଲା ସିଟ୍ ସଂଖ୍ୟା

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ବିଭିନ୍ନ ଭାଷାଭିତ୍ତିକ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଫେବୃଆରୀ ପହିଲାରୁ ଆବେଦନ କରିପାରିବେ । ସଂସ୍ଥାନର ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ସସଜ୍ଞମ.ଶକ୍ଟଙ୍ଖ.ସଦ୍ଭରେ ସମ୍ପୂର୍ଣ୍ଣ ସୂଚନା ପୁସ୍ତିକା ଓ ଆବେଦନ ଫର୍ମ ଉପଲବ୍ଧ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି ।
ମରାଠୀ, ମାଲାୟଲମ ଓ ଉର୍ଦ୍ଦୁ ସାମ୍ବାଦିକତା ସହ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ଏଥର ସିଟ୍ ସଂଖ୍ୟା ୨୫ରୁ ୩୦କୁ ବଢ଼ାଇ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚାହାନ୍ତି ସେମାନଙ୍କ ଆବେଦନ ଫର୍ମ ଫେବୃଆରୀ ୨୯ ତାରିଖ ଭିତରେ ନୂଆଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚିବା ଆବଶ୍ୟକ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି ।
ସେହିପରି ମାର୍ଚ୍ଚ ୧୦ ତାରିଖରେ ନୂଆଦିଲ୍ଲୀ ମୁଖ୍ୟାଳୟ ଏବଂ ଢେଙ୍କାନାଳ କ୍ୟାମ୍ପସ୍ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାର ଅଛି । ଏହି ପ୍ରବେଶିକା ପରୀକ୍ଷାରେ ଭାରତୀୟ ରାଜନୈତିକ ଓ ଅର୍ଥନୈତିକ ସମ୍ବନ୍ଧୀୟ ସାଧାରଣ ଜ୍ଞାନ, ଅନ୍ତର୍ଜାତୀୟ ଉନ୍ନୟନମୂଳକ ପ୍ରସଙ୍ଗ, ଦେଶର ଇତିହାସ, ସାମାଜିକ ବିଜ୍ଞାନ, ଗଣମାଧ୍ୟମ ଶିଳ୍ପରେ ସୂଚନା ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଗଣମାଧ୍ୟମ ଏବଂ ସମାଜ, ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ଭାଷାଭିତ୍ତିକ ଜ୍ଞାନ ଆଦି ସମ୍ପର୍କିତ ପ୍ରଶ୍ନ ଆସିବ ।
ପୂର୍ବରୁ ଇଂରାଜୀ ଓ ହିନ୍ଦୀ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାସହ ନୂଆଦିଲ୍ଲୀ କ୍ୟାମ୍ପସ୍ରେ ଉର୍ଦ୍ଦୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, କୋଟ୍ଟାୟମ୍ କ୍ୟାମ୍ପସ୍ରେ ମାଲାୟଲମ୍ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ଓ ଅମରାବତୀ କ୍ୟାମ୍ପସ୍ରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ଏସବୁ ପାଠ୍ୟକ୍ରମରେ ୩୦ ସିଟ୍ରେ ନାମଲେଖା ପାଇଁ ଆବେଦନ ଫର୍ମ ସଂସ୍ଥାନରେ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ।
ଆଇଆଇଏମ୍ସିର ଆଡ୍ମିଶନ ଇନ୍ଚାର୍ଜ ପ୍ରଫେସର ରାକେଶ କୁମାର ଗୋସ୍ୱାମୀ କହିଛନ୍ତି, ଯେଉଁ ପ୍ରାର୍ଥୀମାନେ ମଞ୍ଜୁରୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ସେହିପରି ସ୍ନାତକ ଶେଷ ବର୍ଷ ବା ଶେଷ ସେମିଷ୍ଟରର ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଯଦି ସେମାନେ ନାମଲେଖା ପାଇଁ ଚୟନ ହୁଅନ୍ତି, ତେବେ ସେମାନଙ୍କୁ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ଅରିଜିନାଲ ପ୍ରୋଭିଜିନାଲ୍ ମାର୍କ-ସିଟ୍ ବା ସାର୍ଟିଫିକେଟ୍ ଦେବାକୁ ହେବ । ଆଇଆଇଏମ୍ସି କାର୍ଯ୍ୟାଳୟରେ ଯାଞ୍ଚ ପାଇଁ ଅରିଜିନାଲ୍ ଡିଗ୍ରୀ ସାର୍ଟିଫିକେଟ୍ ଯଦି ଦାଖଲ କରନ୍ତି, ତେବେ ସେମାନଙ୍କୁ ଡିପ୍ଲୋମା ଉପାଧି ପ୍ରଦାନ କରାଯିବ ନହେଲେ ସେମାନଙ୍କ ନାମଲେଖାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
୧୯୯୩ ମସିହାରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିଲା । ସେହିଦିନଠାରୁ ଢେଙ୍କାନାଳ କ୍ୟାମ୍ପସ୍ରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ସେହିପରି ୨୦୦୧-୨୦୦୨ ଶିକ୍ଷାବର୍ଷଠାରୁ ପ୍ରଥମ ଆଞ୍ଚଳିକ ଭାଷା ଭାବେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଦିଆହୋଇ ଆସୁଛି । ଏହାସହ ବିଭିନ୍ନ ସମୟରେ ସୂଚନା ସେବା ଅଧିକାରୀ ଓ ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ମଧ୍ୟ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରୁଛି ସଂସ୍ଥାନ । ଦେଶର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଆଇଆଇଏମ୍ସିର ଏକ ଉଲ୍ଲେଖନୀୟ ଭୂମିକା ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଗଣ ଯୋଗାଯୋଗ, ଗଣମାଧ୍ୟମ, ଲୋକସମ୍ପର୍କ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରୁଛନ୍ତି ।
ଆଇଆଇଏମ୍ସିରେ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ଆବେଦନ ଆରମ୍ଭ
୩୦କୁ ବଢ଼ିଲା ସିଟ୍ ସଂଖ୍ୟା