ଅଷ୍ଟମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ …
ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।
ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି ବଢିବ ନାହିଁ କି ହ୍ରାସ ପାଇବ ନାହିଁ। ପୂର୍ବରୁ ସୁଧ ହାର ଯେତିକି ଥଲା ଏବେ ବି ସେତିକି ରହିବ। କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
