୬.୫% ମୁଦ୍ରାସ୍ପୀତିକୁ ଅପରିବର୍ତ୍ତିତ ରଖିଲେ ଆରବିଆଇ
ମୁମ୍ବାଇ: ଖାଉଟି ମୁଦ୍ରାସ୍ଫୀତି ବା ରେପୋ ରେଟ୍ ଚାପ ହ୍ରାସ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।ଆଜି ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଗଭର୍ଣ୍ଣର୍ ଦାସ କହିଛନ୍ତି, ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ନେଇଛନ୍ତି । ଫଳରେ, ‘ଷ୍ଟାଣ୍ଡିଙ୍ଗ୍ ଡିପୋଜିଟ୍ ଫେସିଲିଟି’ (ଏସ୍ଡିଏଫ୍) ରେଟ୍ ୬.୨୫% ରହିଥିବା ବେଳେ ‘ମାର୍ଜିନାଲ୍ ଷ୍ଟାଣ୍ଡିଙ୍ଗ୍ ଫେସିଲିଟି’ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫% ରହିଛି।