ଭାରତକୁ ବିଶ୍ୱ ବିଜେତା କରାଇ,ଟି-୨୦ କ୍ରିକେଟ୍ରୁ ଅବସର ନେଲେ କୋହଲି ଓ ରୋହିତ …

ସମସ୍ତଙ୍କୁ ଯେଉଁ ମୁହୂର୍ତ୍ତର ଅପେକ୍ଷା ଥିଲା। ସେ ମୁହୂର୍ତ୍ତର ଅନ୍ତ ଘଟାଇ ଦୀର୍ଘ ୧୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ଵକପ ବିଜେତା ହୋଇଛି ଟିମ୍ ଇଣ୍ଡିଆ । ଭାରତ ବିଶ୍ୱକପ୍ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟକୁ ଲବିଦା କହିଛନ୍ତି ।
ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ ଟି-୨୦ ଖେଳିବେ ନାହିଁ। ଐତିହାସିକ ଟି-୨୦ ବିଶ୍ୱକପ୍ ବିଜୟର ମାତ୍ର କେତୋଟି ମୁହୂର୍ତ୍ତ ପରେ ସେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଅବଶ୍ୟ ପୂର୍ବରୁ ଏହା ତାଙ୍କ କ୍ୟାରିୟରର ଅନ୍ତିମ ଟି-୨୦ ବିଶ୍ୱକପ୍ ବୋଲି କୁହାଯାଉଥିଲା। ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ ବିବେଚିତ ହେଉଥିବା କୋହଲି ବିଶ୍ୱକପ୍ରେ ପ୍ରଥମ ୭ଟି ମ୍ୟାଚ୍ରେ ଭାବେ ବିଫଳ ହୋଇଥିଲେ। ତେବେ ଫାଇନାଲ ମୁକାବିଲାରେ ନିର୍ଣ୍ଣାୟକ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିପଦ ମୁକ୍ତ କରିଥିଲୋ। ଫାଇନାଲ ପୂର୍ବରୁ ପ୍ରଥମ ୭ଟି ପାଳିରେ ୩୫ ବର୍ଷୀୟ କୋହଲି ମୋଟ୍ ଉପରେ ୭୫ ରନ କରି ବେଶ୍ ସମାଲୋଚିତ ହୋଇଥିଲେ। ତେବେ ଫାଇନାଲ ମ୍ୟାଚ୍ରେ ୭୬ ରନ (୫୯ ବଲ, ୬ ଚୌକା, ୨ ଛକା)ର ଅର୍ଦ୍ଧଶତକୀୟ ପାଳି ଖେଳି ସମାଲୋଚକଙ୍କୁ ଚୁପ୍ କରିଛନ୍ତି। କୋହଲିଙ୍କୁ ମଧ୍ୟ ଫାଇନାଲ ମୁକାବିଲାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏବେ ପରବର୍ତ୍ତୀ ପିଢିକୁ ସୁଯୋଗ ଦେବାର ସମୟ ଉପନୀତ ହୋଇଛି ବୋଲି ବିଜୟ ପରେ ସେ କହିଛନ୍ତି। ଏହି ଅବସରରେ ସେ ବେଶ୍ ଭାବପ୍ରବଣ ହୋଇ ପଡିଥିଲେ। ସେହିପରି ତାର କିଛି ସମୟ ପରେ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି – ୨୦ କ୍ରିକେଟରୁ ଅବସର ନେଇଛନ୍ତି । ଏହି ବିଶ୍ଵକପରେ ରୋହିତଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ୯୨ ରନ କରିଥିବ ବେଳେ ସେମିଫାଇନାଲରେ ମଧ୍ୟ ଏକ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ତେବେ ସେ କହିଛନ୍ତି ଏହା ହେଉଛି ତାଙ୍କ ପାଇଁ ସଠିକ୍ ମୁହୂର୍ତ୍ତ ଟି -୨୦ କ୍ରିକେଟକୁ ଗୁଡ ବାଏ କରିବା ପାଇଁ। ରୋହିତ ଏକମାତ୍ର ଖେଳାଳି ଯିଏ ଟ-୨୦ ବିଶ୍ଵକପର ସମସ୍ତ ୯ଟି ସଂସ୍କରଣ ଖୋଲିଛନ୍ତି। ସେହିପରି ମହେନ୍ଦ୍ର ସିଂ ଧୋନିଙ୍କ ପରେ ସେ ଦ୍ଵିତୀୟ ଖେଳାଳି ଯାହାଙ୍କ ଅଧିନାୟିକତ୍ୱରେ ଭାରତ ବିଶ୍ୱବିଜେତା ହେବାରେ ସଫଳ ହୋଇଛି।