ଇଂଲଣ୍ଡ ବିପକ୍ଷରେ ରୋହିତ ଭାଙ୍ଗି ପାରନ୍ତି ଏହି ରେକଡ୍ ଜାଣନ୍ତୁ …
ରୋହିତ ଶର୍ମା ବିଶ୍ୱକପ୍ ୨୦୨୩ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତିନୋଟି ବଡ଼ ରେକର୍ଡ କରିପାରନ୍ତି। ଭାରତୀୟ ଅଧିନାୟକ ତିନୋଟି ମହାନ ରେକର୍ଡଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ଅକ୍ଟୋବର ୨୯ ତାରିଖ ରବିବାର ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ବିଶ୍ୱକପରେ ଷଷ୍ଠ ମ୍ୟାଚ୍ ଖେଳିବ। ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମାଙ୍କ ଫର୍ମକୁ ଦେଖିଲେ ଲାଗୁଛି ଯେ ସେ ସହଜରେ ତିନୋଟି ରେକର୍ଡ ନିଜ ନାମରେ କରିପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ଏହି ରେକର୍ଡ ।
ରୋହିତ ଶର୍ମା ୨୦୧୭ରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ତେବେ ସେତେବେଳେ ସେ ନିୟମିତ ଅଧିନାୟକ ନଥିଲେ। କିନ୍ତୁ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ରୋହିତ ଶର୍ମା ତିନୋଟି ଫର୍ମାଟରେ ଭାରତର ନିୟମିତ ଅଧିନାୟକ ହୋଇଥିଲେ। ସେ ଅଧିନାୟକ ଭାବେ ଭାରତ ପକ୍ଷରୁ ୯୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଭଳି ସ୍ଥିତିରେ ରୋହିତ ଶର୍ମା ଭାରତୀୟ ଅଧିନାୟକ ଭାବେ ବିଶ୍ୱକପ୍ ରେ ଇଂଲଣ୍ଡ ବିପକ୍ଷରେ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ।
ରୋହିତ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୭୯୫୩ ରନ୍ କରିଛନ୍ତି। ଏବେ ତାଙ୍କୁ ୧୮ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିବାକୁ ମାତ୍ର ୪୭ ରନ୍ ଦରକାର। ଏଭଳି ସ୍ଥିତିରେ ସେ ଇଂଲଣ୍ଡ ବିପକ୍ଷରେ ୪୭ ରନ୍ କରି ସହଜରେ ୧୮ ହଜାର ରନ୍ ପୂରଣ କରିପାରିବେ। ରୋହିତ ଶର୍ମା ପଞ୍ଚମ ଭାରତୀୟ ଖେଳାଳି ଭାବେ ୧୮,୦୦୦ ଅନ୍ତର୍ଜାତୀୟ ରନ୍ ଅତିକ୍ରମ କରିବେ। ରୋହିତଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲି ଏହି ସଂଖ୍ୟା ଅତିକ୍ରମ କରିସାରିଛନ୍ତି।
ରୋହିତ ଶର୍ମା ବିଶ୍ୱକପ୍ ୨୦୨୩ରେ ଏପର୍ଯ୍ୟନ୍ତ ୧୭ଟି ଛକା ମାରି ସେ ବିଶ୍ବକପରେ ୪୦ଟି ଛକା ପୂରଣ କରିଛନ୍ତି। ସେହିପରି କ୍ରିସ୍ ଗେଲ୍ ୪୯ ଛକା ସହ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଏଭଳି ସ୍ଥିତିରେ ସେ ଇଂଲଣ୍ଡ ବିପକ୍ଷରେ ଗେଲ୍ ଙ୍କୁ ପଛରେ ପକାଇ ଏହି ରେକଡ୍ ନିଜ ନାମରେ କରିପାରନ୍ତି ।