ଭାରତୀୟ ଦଳକୁ ଆସିଲେ ଜୟସ୍ୱାଲ ଓ ତିଲକ ବର୍ମା, ବାଦ୍ ପଡିଲେ ରୋହିତ, କୋହଲି

ମୁମ୍ବାଇ : ଖେଳିବେନି ଦିନିକିଆ ଅଧିନାୟର ରୋହିତ ଶର୍ମା। ପଡ଼ିଆକୁ ଓହ୍ଲାଇବେନି ବର୍ତ୍ତମାନର ଶ୍ରେଷ୍ଠ ଦିନିକିଆ ଖେଳାଳି। ରୋହିତ ଓ ବିରାଟଙ୍କ ବିନା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ। ଆଇପିଏଲ ସେନ୍ସସନ୍ ତଥା ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଟି-ଟ୍ୱେଣ୍ଟିଂ ଦଳର ଅଧିନାୟକ ଘୋଷଣା କରାଯାଇଛି। ବୁଧବାର ରାତିରେ ବିସିସିଆଇ ପକ୍ଷରୁ ସମ୍ପୂର୍ଣ୍ଣ ଦଳ ଘୋଷଣା କରାଯାଇଛି। ଯଶସ୍ୱୀ ଜୟସ୍ୱାଲ ଓ ତିଲକ ବର୍ମାଙ୍କୁ ପ୍ରଥମ ଥର ପାଇଁ ସ୍ଥାନ ମିଳିଛି।

ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ୧୨ରୁ ୧୬ ଜୁଲାଇ ଓ ୨ୟ ଟେଷ୍ଟ ୨୦ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଖେଳ ହେବ । ଦିନିକିଆ ମ୍ୟାଚ ୨୭ ଓ ୨୯ ଜୁଲାଇ ଓ ୧ ଅଗଷ୍ଟରେ ଖେଳାଯିବ । ଟି୨୦ ସିରିଜ ୩ ଅଗଷ୍ଟରୁ ଆରମ୍ଭ ହେବ । ୨ୟ ଟି୨୦ ୬ ଅଗଷ୍ଟରେ, ୩ୟ ୮ ଅଗଷ୍ଟରେ, ୪ର୍ଥ ୧୨ ଓ ୫ମ ୧୩ ଅଗଷ୍ଟରେ ଖେଳାଯିବ। ଭାରତୀୟ ଦଳ- ଇଶାନ କିଶନ(ୱିକେଟକିପର), ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଅଭେସ ଖାନ, ମୁକେଶ କୁମାର ।