ମୁମ୍ବାଇ ପାଇଁ ଆଉ ଖେଳିବେନି ରୋହିତ ଶର୍ମା ଜାଣନ୍ତୁ କାହିଁକି…
ଚଳିତ ବର୍ଷର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ କିଛି ଠିକ୍ ଚାଲିନାହିଁ। ଦଳ ମଧ୍ୟ ପ୍ଲେ ଅଫ୍ ରୁ ବାଦ୍ ପଡ଼ିଛି। ଅଧିନାୟକତ୍ୱ ପରିବର୍ତ୍ତନ ନିଷ୍ପତ୍ତିର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ସ୍ପଷ୍ଟ ଦେଖାଯାଉଛି | ଖବର ଅନୁଯାୟୀ, ଦଳ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ଏପରିକି ଦଳର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରସ୍ପରକୁ ସମ୍ମାନ ଦେଉ ନାହାଁନ୍ତି।ରୋହିତ ଏବଂ ହାର୍ଦ୍ଦିକଙ୍କୁ ପୁରା ଆଇପିଏଲ୍ ସିଜନରେ ଏକାଠି ଅଭ୍ୟାସ କରୁଥିବାର ଦେଖିବାକୁ କମ୍ ମିଳିଛି । ଗୋଟେ ପକ୍ଷରେ ରୋହିତ , ବୁମରା ଓ ସୂର୍ଯ୍ୟ କୁମାର ଥିବା ବେଳେ ପାଣ୍ଡ୍ୟା ଓ କିଷାନ ଅନ୍ୟ ଗ୍ରୁପରେ ଦେଖା ଦେଇଛନ୍ତି ।
ଏହା ବ୍ୟତୀତ କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ବିପକ୍ଷ ଦଳର ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କ ସହ ବାର୍ତ୍ତାଳାପ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବାର୍ତ୍ତାଳାପରେ ରୋହିତ ହାର୍ଦ୍ଦିକ ଅଧିନାୟକ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସରେ ଘଟିଥିବା ପରିବର୍ତ୍ତନଗୁଡ଼ିକୁ ବିଷୟରେ କରିଥିବା ଜଣାପଡ଼ିଛି। ଏହା ମଧ୍ୟ ତାଙ୍କର ଶେଷ ସିଜିନ୍ ବୋଲି ସେ କହିଛନ୍ତି।
ଆସନ୍ତା ସିଜନରେ ଏକ ମେଗା ନିଲାମ ହେବାକୁ ଯାଉଛି, ତେଣୁ ଏପରି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ବଜାୟ ରଖିବା ସମ୍ଭବ ନୁହେଁ। ହାର୍ଦ୍ଦିକଙ୍କୁ ନୂତନ ଅଧିନାୟକ କରି ଦଳ ସ୍ପଷ୍ଟ କରିଛନ୍ତି ଯେ ଏହି ଭାରତୀୟ ଅଲରାଉଣ୍ଡରଙ୍କ ସହ ମ୍ୟାନେଜମେଣ୍ଟ ଭବିଷ୍ୟତ ଦେଖୁଛି।