ରୋଟାରୀ କ୍ଲବ ଭୁବନେଶ୍ୱର ମିଡୋଜ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଉଦ୍ଘାଟିତ

ଆଜି ସ୍ଵାଧୀନତା ଦିବସ ପାବନ ଅବସରରେ ରୋଟାରୀ କ୍ଳବ୍ ଭୁବନେଶ୍ବର ମିଡୋଜ୍ ଓ ରୋଟାରାକ୍ଟ କ୍ଳବ୍ ଭୁବନେଶ୍ବର ସନ୍ ସାଇନ୍ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଓ ସାଇକ୍ଲୋଥନ ଆୟୋଜିତ ହୋଇ ଯାଇଅଛି । ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ସଚେତନତା ରଥ ଓ ସାଇକ୍ଲୋଥନ୍ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଏସପ୍ଲାନେଡ ମଲ୍ ନିକଟରେ ଶେଷ ହୋଇଥିଲା। ରୋଟାରୀ ଡିଜି ଜୟଶ୍ରୀ ମହାନ୍ତି ଏହି ସଚେତନତା ରଥକୁ ପତାକା ହଲେଇ ଯାତ୍ରାରମ୍ଭ କରିଥିଲେ। ଏସପ୍ଲାନେଡ ମଲ ନିକଟରେ ହୋଇଥିବା ପୁରସ୍କାର ବିତରଣ ସଭାରେ ରୋଟାରୀ ଡିଜି ଜୟଶୀ ମହାନ୍ତି , ଡିଜି(ଇ) ଯଜ୍ଞାସିଶ ମହାପାତ୍ର ଓ ରୋଟାରକ୍ଟ୍ ଜିଲ୍ଲା ପରିଚାଳକ ପ୍ରତ୍ୟୁଷ ସାହା ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ଳବ୍ ସଭାପତି ସୁରଜ କୁମାର ରାଜ ଓ ରୋଟାରକ୍ଟ କ୍ଳବ୍ ସଭାପତି ସମ୍ବିତ କୁମାର ସାହୁ ପରିଚାଳନା କରିଥିଲେ।।
