ଉତ୍କଳ-ସି କୋଲ ବ୍ଲକ ପାଇଁ ଆରପିଡିଏସି ବୈଠକ ସଫଳତାର ସହ ସଂପନ୍ନ

କ୍ଷତିପୂରଣ ପ୍ୟାକେଜକୁ ଗ୍ରହଣ କଲେ ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣ
ସମ୍ବଲପୁର, ୦୨.୦୬.୨୦୨୩ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଉତ୍କଳ-ସି କୋଲ ବ୍ଲକ ନିମନ୍ତେ ପୁନର୍ବାସ ଏବଂ ପୁନଃ-ଥଇଥାନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ସମ୍ବଲପୁର ଠାରେ ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ସଂପନ୍ନ ହୋଇଯାଇଅଛି l
ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଗସ୍ତି ବେହେରା, ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଗ୍ରାମର ପ୍ରତିନିଧି ଏବଂ ପରିବାରବର୍ଗ, ଏନଜିଓ /ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ କମ୍ପାନୀ ପ୍ରତିନିଧି ମାନେ ଏହି ବୈଠକରେ ଉପସ୍ଥିତ ଥିଲେ l
ଆରପିଡିଏସି କମିଟି ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପୁନର୍ବାସ ଏବଂ ପୁନଃ-ଥଇଥାନ ନିମନ୍ତେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ସବିସ୍ତୃତ ଆଲୋଚନା ପରେ, କମିଟି ପ୍ରକଳ୍ପ ସ୍ତରୀୟ ପୁନର୍ବାସ ଏବଂ ପୁନଃ-ଥଇଥାନ କମିଟି (ପିଏଲଆରଆରସି) ବୈଠକରେ ଗୃହୀତ ହୋଇଥିବା ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପୁନର୍ବାସ ଏବଂ ପୁନଃ-ଥଇଥାନ ସମ୍ବନ୍ଧୀୟ ପ୍ରସ୍ତାବକୁ ଗ୍ରହଣ କରିଥିଲା l ଉତ୍କଳ-ସି କୋଲ ବ୍ଲକ ନିମନ୍ତେ ବିସ୍ଥାପିତ ହେଉଥିବା ପ୍ରତ୍ଯେକ ବିସ୍ଥାପିତ ପରିବାରକୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ l
ମାତ୍ର, ଜନସାଧାରଣଙ୍କ ଭାବନାକୁ ନଜରରେ ରଖି ପିଏଲଆରଆରସି ପ୍ରସ୍ତାବିତ ଜମି ବାବଦକୁ ଏକର ପିଛା ୧୦ ଲକ୍ଷ ଟଙ୍କା ଏକ୍ସ-ଗ୍ରାସିଆ ପରିମାଣ ବଦଳରେ ଜମିହରା ପରିବାରକୁ ଏକର ପିଛା ୧୨ ଲକ୍ଷକୁ ପ୍ରଦାନ କରାଯିବ l
ଏହି ଆରପିଡିଏସି ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ / ସଦସ୍ୟା ପୁନର୍ବାସ ଏବଂ ପୁନଃ-ଥଇଥାନ ପ୍ଯାକେଜ ଏବଂ ଜମି କ୍ଷତି ନିମନ୍ତେ ଏକ୍ସ-ଗ୍ରାସିଆ ପ୍ରଦାନକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ l
ସମସ୍ତ ଗୋଷ୍ଠୀ ସଦସ୍ୟ/ସଦସ୍ୟା ,ହିତଧାରକ ତଥା ନାଗରିକ ସମାଜ, ଆରଡିସି, ଅନୁଗୋଳ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନଙ୍କୁ ସମସ୍ତଙ୍କ ପାଇଁ ବିଜୟର ସ୍ଥିତି ସୃଷ୍ଟି କରିଥିବା ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ l ଏହାର ଫଳ ସ୍ୱରୂପ, ଉତ୍କଳ-ସି କୋଲ ବ୍ଲକ ପ୍ରକଳ୍ପ ଅଞ୍ଚଳରେ ଏକ ସକାରାତ୍ମକ ପ୍ରଗତିର ପରିବେଶ ସୃଷ୍ଟି ହୋଇଅଛି l

Leave a Reply

Your email address will not be published. Required fields are marked *