ସାକ୍ଷୀ ମଲ୍ଲିକ ପ୍ରସଙ୍ଗରେ ବିଜେପିକୁ ଘେରିଲା କଂଗ୍ରେସ …

ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ସହଯୋଗୀ ସଞ୍ଜୟ ସିଂହ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନରେ ବିଜୟୀ ହେବା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ସାକ୍ଷୀ ମଲିକଙ୍କ ପରେ ଏବେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଶୁକ୍ରବାର କ୍ୟାମେରା ଆଗରେ କାନ୍ଦିବାର ଦେଖା ଦେଇଥିଲେ । ଯୌନ ନିର୍ଯାତନା ଅଭିଯୋଗରେ ପୂର୍ବତନ କୁସ୍ତି ସଂସ୍ଥାର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ୍ ମଧ୍ୟ ଥିଲେ। ବିରୋଧ ପରେ ସିଂ ଚଳିତ ବର୍ଷ ପ୍ରାରମ୍ଭରେ ପଦରୁ ଇସ୍ତଫା ଦେଇଥିଲେ।

ତେବେ କୁସ୍ତିଯୋଦ୍ଧାଙ୍କ ପ୍ରସଙ୍ଗରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ବିରୋଧରେ କଡା  ଅଭିଯୋଗ ଆଣିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ଝିଅମାନଙ୍କ ଇଜତ୍ ସହ ଖେଳାଯାଇଛି।  କେନ୍ଦ୍ର ସରକାର ଝିଅମାନଙ୍କୁ ନ୍ୟାୟ ଦେଇନଥିଲେ। ଏପରିକି ବ୍ରଜ ଭୂଷଣ ଶରଣ ସିଂହଙ୍କୁ ମଧ୍ୟ ଗିରଫ କରାଯାଇ ନାହିଁ। ସମସ୍ତ କ୍ରୀଡ଼ା ସଂଘକୁ ବିଜେପି କିଣି ନେଇଛି ବୋଲି ସେ ପ୍ରତିକ୍ରିୟା ରଖିଥିଲେ । ସେହିପରି ଗତକାଲି ସଞ୍ଜୟ ସିଂ ନିର୍ବାଚନ ଜିତିବା ପରେ ସାକ୍ଷୀ ମଲ୍ଲିକ କୁସ୍ତିରୁ ଅବସର ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *