ବରଫ ସ୍ନାନ କାହିଁକି କରୁଛନ୍ତି ସମନ୍ଥା, ନିକଟରେ କାହିଁକି କଲେ ଏପରି ପୋଷ୍ଟ …ଜାଣନ୍ତୁ

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ସିନେମା ପୁଷ୍ପା ସିନେମାର ଆଇଟମ୍ ନମ୍ବର ଉ ଓ୍ୱାଣ୍ଟା …ନାୟିକ ସମନ୍ଥା ପ୍ରଭୁଙ୍କୁ କିଏ ନ ଜାଣେ। ଏହି ଗୀତର ଏତେ ଲୋକପ୍ରିୟତା ବଢିଯାଇଥିଲା ଯେ, ସିନେମାର ନାୟିକା ଅପେକ୍ଷା ସାମାଜିକ ଗଣମାଧ୍ୟମରେ ସମନ୍ଥା ଅଧିକ ଟ୍ରେଣ୍ଡ କରିଥିଲେ। ହେଲେ ତାଙ୍କ ଯାତ୍ରା କେବଳ ଆଇଟମ୍ ନମ୍ବରରେ ସୀମିତ ରହି ନ ଥିଲା। ଏହା ପରେ ସରୋଗେସି ଏବଂ ପ୍ରସାଧନ ସାମଗ୍ରୀ ବଜାରକୁ ନେଇ ଏକ ସିନେମାରେ ସେ ମୁଖ୍ୟ ଭୂମିକାରେ ଆସିଥିଲେ। ତାଙ୍କ ନିଜ ଅଭିନୟ ଯାଦୁ ବଳରେ ସମସ୍ତଙ୍କୁ ବାନ୍ଧି ରଖିପାରିଥିଲେ। ହେଲେ କମ ଆୟୁରେ ବହୁ ଦୁରାରୋଗ୍ୟରେ ପୀଡିତ ହୋଇ ପରେ ସୁସ୍ଥ ହେବାରେ ମଧ୍ୟ ସମନ୍ଥା ଅଭିଜ୍ଞତା ନେଇଛନ୍ତି। ହେଲେ ନିକଟରେ ତାଙ୍କୁ ମାତ୍ର ଚାରି ଡିଗ୍ରୀ ବରଫରୁ ଥଣ୍ଡା ପାଣିରେ ଗାଧେଇବାକୁ ପଡିଥିଲା। ଏକଥା ସେ ନିଜେ ଇନଷ୍ଟା ଷ୍ଟୋରୀରେ ପ୍ରକାଶ କରିଥିଲେ। ହେଲେ କଣ ପାଇଁ ତାଙ୍କୁ ଏମିତି କରିପାରୁ ପଡିଥିଲା। ତାହା ଜାଣିବା ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।

ବିଭିନ୍ନ ଗଣମାଧ୍ୟମରେ ବାହାରିଥିବା ଖବର ଅନୁଯାୟୀ, ଏହା କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ। ଓଜନ ହ୍ରାସ ପାଇବା ସହ ଚିନ୍ତା ମଧ୍ୟ ହ୍ରାସ ପାଇଥାଏ। ଶରୀରର କୌଣସି ଅଙ୍ଗ କ୍ରୀଡା କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ କଆହତ ହୋଇଥିଲେ , ତାହାର ଯନ୍ତ୍ରଣା ଲାଘବ ହୋଇଥାଏ। ସେହିପରି ଦୁରାରୋଗ୍ୟରୁ ପୀଡିତ ହୋଇଥିବାରୁ ମାନସିକ ଭାବେ ସମନ୍ଥା ବେଶ୍ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହି ବରଫ ସ୍ନାମ ତାଙ୍କୁ ମାନସିକ ଭାବେ ବେଶ୍ ତୃପ୍ତି କରିଥିବା ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *