ପର୍ଯ୍ୟଟନ ବିକାଶ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଶାରଦା

ଭୁବନେଶ୍ୱର: ବିଶ୍ଵପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରେ ଭିତରକନିକା ଅଭୟାରଣ୍ୟ ଅବସ୍ଥିତ ଥିବାରୁ ବିଶ୍ଵର ବିଭିନ୍ନ ସ୍ଥାନ ରୁ ଅନେକ ପର୍ଯ୍ୟଟକ ଏସବୁ କୁ ଭ୍ରମଣ କରିବା ପାଇଁ ଆସୁଛନ୍ତି।
ଉକ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ପାଇଁ ପାରାଦ୍ଵୀପ-ହରିଦାସପୁର ରେଳପଥ ଯୋଗାଯୋଗ ର ଏକମାତ୍ର ମାଧ୍ୟମ ହୋଇଥିବାରୁ ରେଳପଥ ରେ ଯାତ୍ରୀବାହୀ ରେଳ ଚଳାଚଳ ହେଲେ ଆମ ଅଞ୍ଚଳର ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଅଧିକ ରୁ ଅଧିକ ଉନ୍ନତି ହୋଇପାରିବ, ଏ ବିଷୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ବିଜେପି ନେତା ଶାରଦା ପ୍ରଧାନ (ବୁଲୁ) ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି l

ଏ ବାବଦ ରେ ଅନୁଧ୍ୟାନ କରି ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ପ୍ରଧାନ ଉଭୟଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି l