କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଠଗଡାରେ ଛିଡା କରିଇଲେ ସତ୍ୟପାଲ ମଲ୍ଲିକ।

ନୂଆଦିଲ୍ଲୀ ,୧୫/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିକୁ ଏତେ ବି ଘ୍ରୁଣl କରନ୍ତି ନାହିଁ l ପ୍ରଧାନମନ୍ତ୍ରୀ ନିଜ ଭିତରେ ଭରପୁର ମଜି ରହୁଥିବା ବ୍ୟକ୍ତିତ୍ୱ l କାଶ୍ମୀର ମାମଲାରେ ମୋଦି ବହୁତ କିଛି ଜାଣନ୍ତି ନାହିଁ l କାଶ୍ମୀର ପ୍ରସଙ୍ଗରେ କୌଣସି ମନ୍ତବ୍ୟ ନ ଦେବାକୁ ତାଙ୍କୁ ତାଗିଦା କରାଯାଇଥିଲା ବୋଲି ବରିଷ୍ଠ ରାଜନେତା ସତ୍ୟପାଲ ମଲ୍ଲିକ କହିଛନ୍ତି l ଦେଶର ଜଣାଶୁଣା ୱେବ ଚ୍ୟାନେଲ ଦ ୱୟରକୁ ସାକ୍ଷାତକାର ଦେଇ ଶ୍ରୀ ମଲ୍ଲିକ ଏହା କହିଛନ୍ତି l

ସେ କହିଛନ୍ତି ଯେ, ସେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ସହ ସାକ୍ଷାତକୁ ଶେଷ ସମୟରେ ବାତିଲ କରି ଦିଆ ଗଲା l ତାଙ୍କର କିଛି ସୂତ୍ର ଅନୁଯାୟୀ ରାଷ୍ଟ୍ରପତି ମହୋଦୟାଙ୍କୁ କିଏ ଭେଟିବ, ସେ କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥିର କରୁଛି l ଜମୁ ଓ କାଶ୍ମୀରର ରାଜ୍ୟ ମାନ୍ୟତା ହଟାଇ କେନ୍ଦ୍ର ଶାସିତ ଅଂଚଳ କରିଦିଆଯିବା ନିଷ୍ପତ୍ତି ସପକ୍ଷରେ ସେ ନଥିବା ଶ୍ରୀ ମଲ୍ଲିକ କହିଛନ୍ତି l ସେହିପରି ପୁଲବାମା ଘଟଣାରେ କେନ୍ଦ୍ର ସରକାରଙ୍କୁ ବିହାରର ପୂର୍ବତନ ରାଜ୍ୟପାଳ ଶ୍ରୀ ମଲ୍ଲିକ କାଠଗଡ଼ାରେ ଛିଡା କରିଛନ୍ତି l ସେ କହିଛନ୍ତି ଯେ, ସୈନ୍ୟ ବାହିନୀଙ୍କୁ ନେବା ପାଇଁ ପାଞ୍ଚଟି ଏୟାରକ୍ରାଫ୍ଟ ଦରକାର ହେଉଥିଲା l ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ କୁହାଯାଇଥିଲା l ମାତ୍ର ମନ୍ତ୍ରଣାଳୟ ଏହାକୁ ଖାରଜ କରିଥିଲା l ଏଇ ନିଷ୍ପତ୍ତି ଆମ ପଟରୁ ଭୁଲ ରହିଥିଲା l ଏହି ନିଷ୍ପତ୍ତି ପରୋକ୍ଷରେ ଚାଳିଶ ସୈନ୍ୟଙ୍କ ଜୀବନ ହାନି କରାଇଥିବା ଶ୍ରୀ ମଲ୍ଲିକ କହିଛନ୍ତି l

Leave a Reply

Your email address will not be published. Required fields are marked *