ଘରେ ବସି ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଛନ୍ତି ? ତେବେ ପଢନ୍ତୁ ଏହି ରିପୋର୍ଟ……
ଆଜିର ଯୁଗରେ ସମସ୍ତେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ର ବ୍ୟବହାର କରୁଛନ୍ତି । ଏହି କାର୍ଯ୍ୟରେ ଘରୋଇ ବ୍ୟାଙ୍କ ଗୁଡୁକ ସବୁବେଳେ ଆଗରେ ରହିଆସିଛନ୍ତି | କିନ୍ତୁ ବର୍ତ୍ତମାନ କେବଳ ଘରୋଇ ନୁହେଁ ବରଂ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଆପଣଙ୍କୁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ସମସ୍ତ ସୁବିଧା ଯୋଗାଉଛନ୍ତି। ସେ ବ୍ୟାଙ୍କ ବାଲାନ୍ସ ହେଉ କିମ୍ବା ନୂତନ ଚେକ୍ ବୁକ୍ ବା ପାସ୍ ବୁକ୍ ଏସବୁ ଆପଣ ଘରେ ବସି ସହଜରେ ମଗେଇ ପାରିବେ । କେବଳ ଏତିକି ନୁହେଁ, ଆପଣ ଘରେ ବସି ନିଜର ସଞ୍ଚୟ ଖାତା ମଧ୍ୟ ଖୋଲିପାରିବେ ।
ତେବେ କେମିତି ଏସବିଆଇରେ ନିଜର ସଞ୍ଚୟ ଖାତା ଘରେ ବସି ଖୋଲିବେ ଆସନ୍ତୁ ଜାଣିବା ।
ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ପରି ସମସ୍ତ ସରକାରୀ ବ୍ୟାଙ୍କ ମଧ୍ୟ ଏହି ପ୍ରସଙ୍ଗରେ ଆଗରେ ଅଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଶୀଘ୍ର ଏହାର ସମସ୍ତ ସେବାକୁ ଡିଜିଟାଲ୍ କରୁଛି । ଏସବିଆଇ ଏକ ସ୍ୱତନ୍ତ୍ର ଇନଷ୍ଟା ସେଭିଂ ଆକାଉଣ୍ଟ ମଧ୍ୟ ଲଞ୍ଚ କରିଛି । ଏହାର ବିଶେଷ କଥା ହେଉଛି ଯେ ଆପଣଙ୍କୁ ଏହି ଆକାଉଣ୍ଡ ଖୋଲିବା ଲାଗି କୌଣସି ପ୍ରକାରର କାଗଜପତ୍ରର ଆବଶ୍ୟକତା ପଡିବ ନାହିଁ କିମ୍ବା ଇନଷ୍ଟା ଆକାଉଣ୍ଟ ଖୋଲିବାକୁ ବ୍ୟାଙ୍କ ଶାଖାକୁ ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଆପଣ ଘରୁ ଏସବିଆଇ ରେ ଇନଷ୍ଟା ସେଭିଂ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ । ଏସବିଆଇ ଏହି ଆକାଉଣ୍ଟ ବିଷୟରେ ସୂଚନା ଦେଇ କହିଛି ଯେ ,ଏହା ହେଉଛି ଆଧାର ଜନିତ ଡିଜିଟାଲ ଆକାଉଣ୍ଟ । ଏହି ଆକାଉଣ୍ଟ୍ ସହିତ ଗ୍ରାହକମାନେ ସମସ୍ତ ପ୍ରକାରର ସାଧାରଣ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ଯାହା ୟୋନୋ ଆପ ସାହାର୍ଯ୍ୟରେ ଖୋଲା ଯାଇପାରିବ । ସେହିପରି ଗ୍ରାହାକମାନେ ବର୍ଷକ ଭିତରେ ନିକଟସ୍ତ ଶାଖାକୁ ଯାଇ ନିଜର କେୱାଇସି କ୍ଲିୟର କରିପାରିବେ । ତେବେ ଏହି ଆକାଉଣ୍ଚର ଖାସ କଥା ହେଉଛି ଯଦି ଏଥିରେ ସର୍ବନିମ୍ନ ବାଲାନ୍ସ ନଥାଏ, ତେବେ ବ୍ୟାଙ୍କ କୌଣସି ଦେୟ ଆଦାୟ କରିବ ନାହିଁ । ଏଭଳି ପରିସ୍ଥିତିରେ ଯୁବକମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ । ସେମାନେ ୟୋନୋ ଆପ୍ ସାହାଯ୍ୟରେ ଆମାଜନ ପରି ଇ-କମର୍ସ ସାଇଟରେ ରିହାତିରେ ସପିଂ କରିପାରିବେ |
କିପରି ଖାତା ଖୋଲିବେ:
- ଏସବିଆଇ ଇନଷ୍ଟା ସେଭିଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଆପଣଙ୍କୁ ପ୍ରଥମେ ୟୋନୋ (YONO) ଆପ୍ ଡାଉନଲୋଡ୍ କରିବାକୁ ପଡିବ ।
- ଏହା ପରେ, ପାନ୍ ଏବଂ ଆଧାରର ସବିଶେଷ ତଥ୍ୟ ପ୍ରବେଶ କରି ଓଟିପି (OTP) ଦାଖଲ କରିବାକୁ ପଡିବ ।
- ଏସଏମଏସ ଆଲର୍ଟ ଏବଂ ଏସବିଆଇ କୁଇକ୍ ମିସ୍ କଲ୍ ସେବା ସହିତ ନାମାଙ୍କନ କରାଯିବ ।
- ପ୍ରକ୍ରିୟା ସମାପ୍ତ ହେବା ପରେ, ଆକାଉଣ୍ଟଧାରୀଙ୍କ ଆକାଉଣ୍ଟ ତୁରନ୍ତ ସକ୍ରିୟ ହୋଇଯିବ ଏବଂ ସେ ସେଥିରେ କାରବାର ଆରମ୍ଭ କରିପାରିବେ ।