ଏପ୍ରିଲ ୧୨ରୁ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି ଛୁଟି

ଭୁ‌ବନେଶ୍ବର: ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଜାପାନ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଲା ପରେ ଆଜି ସନ୍ଧ୍ୟା ସମୟରେ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଗ୍ରୀଷ୍ମ ଲହରୀ ଓ ସ୍ବାସ୍ଥ୍ୟାବସ୍ଥା ଉପରେ ଅବଗତ ହୋଇଛନ୍ତି। ପାନୀୟ ଜଳ ସୁପରିଚାଳନା ଓ କୋଭିଡ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକକୁ ୫-ଟି ସଚିବ ଭିକେ ପାଣ୍ଡିଆନ ସଂଯୋଜନା କରିଥିଲା ବେଳେ ମୁଖ୍ୟ ଶାସନ ସଚିବ ପିକେ ଜେନା, ଉନ୍ନୟନ କମିସନର ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *