T20 worldcup; ଆଉ କିଛି ସମୟ ପରେ ହିସାବ ବରାବର କରିବାକୁ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ଗୁଇନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ | ଏହି ମ୍ୟାଚ୍ ସମୟରେ ବର୍ଷା ହେବାର ସମସ୍ତ ସମ୍ଭାବନା ଅଛି | ଏପରି ପରିସ୍ଥିତିରେ, ଗୁଇନାର ପାଣିପାଗ କଣ ରହିଛି ଆସନ୍ତୁ ଜାଣିବା।
ଗୁଇନାରେ ମ୍ୟାଚ ଆରମ୍ଭ ହେବାକୁ ଆଉ ୨ ଘଣ୍ଟା ବାକି ଅଛି, କିନ୍ତୁ ପୁଣି ଥରେ ବର୍ଷା ହୋଇଛି। ଆମେ ଆପଣଙ୍କୁ କହିରଖୁଛୁ ଯେ ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବନ୍ଦ ହୋଇଯାଏ, ନୀୟମ ଅନୁଯାୟୀ ଭାରତୀୟ ଦଳ ତେଫାଇନାଲ ପାଇଁ ଟିକେଟ୍ ପାଇବ |ସୂଚନାଯୋଗ୍ୟ ଭାରତ ଓ ଇଂଲଣ୍ଡ ଟି -୨୦ ବିଶ୍ଵକପରେ ମୋଟ ୪ଥର ମୁହାଁ – ମୁହିଁ ହେଇଛନ୍ତି ଏହି ଚାରି ଥରରୁ ୨ ଥର ଲେଖାଏଁ ଦୁଇ ପକ୍ଷ ବିଜୟ ହାସଲ କରିଛନ୍ତି। ତେବେ ୨୦୨୨ ଟି -୨୦ ବିଶ୍ଵକପରେ ଭାରତ କୁ ସେମି ରେ ହରାଇ ଇଂଲଣ୍ଡ ବିଜେତା ହେଇଥିଲା। ସେହି ପରାଜୟର ହିସାବ କରିବା ଲକ୍ଷ୍ୟରେ ରୋହିତ ବାହିନୀ ଆଜି ପଡିଆକୁ ଓହ୍ଲାଇବ।