କହିବା ସହଜ…..ବୁଝିବା କଷ୍ଟ…….

ଭୁବନେଶ୍ୱର: (ହରିହର ତ୍ରିପାଠୀ)-ବୟସ୍କ ଲୋକମାନେ କହନ୍ତି ସେମାନେ କୁଆଡ଼ ସଂଘର୍ଷ କରି ମଣିଷ ହୋଇଛନ୍ତି | ମାତ୍ର ଏହା ଭୁଲ | ସେମାନେ ଆଦୌ ସଂଘର୍ଷ କରିନାହାନ୍ତି | ବରଂ ଏକ ସ୍ବାଭାବିକ ଜୀବନ ବଞ୍ଚିଛନ୍ତି |
ଆଜିକାଲିର ପିଲା ସଂଘର୍ଷ କରୁଛନ୍ତି ସ୍ବାଭାବିକ ଜୀବନଟିଏ ବଞ୍ଚିବାକୁ | ୨୪ ଘଣ୍ଟା ମୋବାଇଲ ସହ ବଞ୍ଚୁଥିବା ପିଲାଟିକୁ ମିଳୁନି ସ୍ବଚ୍ଛ ପବନ, ପ୍ରାକୃତିକ ଉପାୟରେ ବିଶୁଦ୍ଧ ଜଳଟୋପାଏ କିମ୍ବା ପ୍ରକୃତି ସହ ମିଶିବାର ସୁଯୋଗ | ସେମାନେ ମୋବାଇଲରେ ୨୪ ଘଣ୍ଟା ମାତିବା ସେମାନଙ୍କ ଭୁଲ ନା ଆମର ଭୁଲ ?? ଆମ ପାଖରୁ ଯାହା ସମାନେ ଖୋଜି ପାଉ ନାହାନ୍ତି ତାହା କୃତ୍ରିମ ଯନ୍ତ୍ରରୁ ପାଉଛନ୍ତି କି ?
ଆଗକାଳରେ ପିଲାଟିଠାରୁ ବାପାମାଆଙ୍କର ପାଠପଢା ନେଇ କୌଣସି ପ୍ରତ୍ୟାଶା ନଥିଲା | ତେଣୁ ମୁକ୍ତଭାବେ ଅଧ୍ୟୟନ କରୁଥିଲା ପିଲାଟି | ଆଜିର ପିଲା ଚାପଗ୍ରସ୍ତ | ବାପା, ମାଆ, ବନ୍ଧୁ, ବାନ୍ଧବଙ୍କର ତା ନିକଟରୁ ବହୁତ ଆଶା | ସେ ସବୁ ପୂରଣ କରିପାରବି ତ ସେ ?? ଆଗକାଳରେ ଗରିବ ପିଲାଟିଏ ସଂଘର୍ଷ କରୁଥିଲା | ଏବେ ଥିଲାବାଲା ଘରର ପିଲାଏ ସଂଘର୍ଷ କରୁଛନ୍ତି !!!
କାରଣ ଆମ ଅଭିଭାବକ, ଶିକ୍ଷକ, ପାଠ ବେପାରୀ ସମେସ୍ତ ମିଳିମିଶି ପିଲାମାନଙ୍କୁ ନିର୍ଯ୍ୟାତନା ଦେଇ ଚାଲିଛୁ | ଆମପାଖେ ଆଜି ସମୟ ନାହିଁ ଆମର ପୂର୍ବପିଢିଙ୍କ ଯତ୍ନ ନେବା ଲାଗି …. କି ସମୟ ନାହିଁ ପରପିଢି ଲାଗି ବାଟ ଦଖାଇବାକୁ….କଣ କରୁଛୁ ଆମେ ??