“ଆଶା” ର ସ୍ଵେଚ୍ଛାସେବୀଙ୍କୁ ମିଳିଲା “ସେବାଶ୍ରୀ ସମ୍ମାନ” 

କେନ୍ଦୁଝର:  ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତର ନିତ୍ୟାନନ୍ଦ ପୁର ଗ୍ରାମରେ ରବିବାର ଦିନ  ମହା ଶିବରାତ୍ରୀ  ଅବସରରେ ଅନୁଷ୍ଠିତ ଏକ ସାଂସ୍କୃତିକ ଉତ୍ସବରେ ପିଲାଙ୍କ ନାଚ ଗୀତ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ସମାଜସେବୀ ଙ୍କୁ ସମ୍ମାନୀତ କରାଯାଇଥିଲା।

  ମହାଶିବରାତ୍ରି  ପାଳନ ସହିତ ପୂର୍ବ ବର୍ଷ ପରି,  ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବ ମନ୍ଦିର ପରିଚାଳନା କମିଟି ଏବଂ ଶାସ୍ତ୍ରୀ ସ୍ମୃତି ପାଠାଗାରର ମିଳିତ ସହଯୋଗରେ ଏକ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ନିତ୍ୟାନନ୍ଦ ପୁର, କୁଣ୍ଢେଇ ଓ ସାନ – ନୂଆଗାଁ ର ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା। ଏ ଉତ୍ସବ ବେଶ୍ ଆକର୍ଷଣୀୟ ହୋଇଥିଲା।‌ ଶହ ଶହ ଦର୍ଶକ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
 
   ନିଜ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ସମୟ କାଢି, ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରି, ଅଞ୍ଚଳ ପାଇଁ ଉଦାହରଣ ପାଲଟି ଥିବା କେତେକ ସମାଜ ସେବୀ ଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଗାଁରେ ସବୁଜ ବନାନୀ ସୃଷ୍ଟି କ୍ଷେତ୍ରରେ ନିରନ୍ତର ପ୍ରୟାସ ସକାଶେ ନିତ୍ୟାନନ୍ଦ ପୁର ଗାଁର ଶ୍ରୀ ଲଛମନ ବାରିକ୍ ଙ୍କୁ ” ପ୍ରକୃତି ମିତ୍ର ସମ୍ମାନ -୨୦୨୬” ପ୍ରଦାନ କରାଯାଇଥିଲା। ସେହିପରି , ଦୁଃଖି, ଗରିବ, ଅସହାୟ, ଭିନ୍ନକ୍ଷମ ଲୋକଙ୍କ ସେବା ପାଇଁ କୁଣ୍ଢେଇ ଗାଁର ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ ଏବଂ ନିତ୍ୟାନନ୍ଦ ପୁର ଗାଁର ଶ୍ରୀମାନ ବିଜୟ କୁମାର ଘଣା ଙ୍କୁ ” ସେବାଶ୍ରୀ ସମ୍ମାନ -୨୦୨୬” ପ୍ରଦାନ କରାଯାଇଥିଲା। ଏ ସମସ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” ର ସକ୍ରିୟ ସଭ୍ୟ ଅଟନ୍ତି। ଏ ପୁରସ୍କାର ସ୍ଥାନୀୟ ” ଶାସ୍ତ୍ରୀ ସ୍ମୃତି ପାଠାଗାର, ନିତ୍ୟାନନ୍ଦ ପୁର” ତରଫରୁ ପ୍ରଦାନ କରାଯାଇଥିଲା।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ରୁଦ୍ର ସେନ୍ ଜିତ୍, ସମ୍ମାନୀତ ଅତିଥି ଇଂ.  ରମେଶ ଚନ୍ଦ୍ର ନାଏକ ଓ ଶ୍ରୀ ତପନ କୁମାର ନାଏକ ଯୋଗ ଦେଇଥିଲେ। ଏଥିରେ ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତ ସଭାପତିତ୍ୱ କରିଥିବା ବେଳେ, ଶ୍ରୀମାନ ମନୋଜ କୁମାର ପଟେଲ୍ ସଭା ସଂଚାଳନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତ ସ୍ବାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ସହଯୋଗୀଙ୍କ ମଧ୍ୟରେ ଥିଲେ – ଦୁଃଖବନ୍ଧୁ ବାରିକ୍, ଦୁଃଖ ବନ୍ଧୁ ମହାକୁଡ, ଅଯୋଧ୍ୟା କୁମାର ଘଣା, ସନ୍ତୋଷ କୁମାର ଘଣା, ରାମ ଚନ୍ଦ୍ର ମହାନ୍ତ, ଦିବ୍ୟଲୋଚନ ମହାନ୍ତ, ଦୁଃଶାସନ ମହାନ୍ତ, ତୁଷାର ଭୁଷଣ ମହାନ୍ତ, ମଧୁସୂଦନ ଘଣା, ସୁଲୋଚନା ମହାନ୍ତ, ଜୟନ୍ତୀ ମହାନ୍ତ, ଗହମୀ ମହାନ୍ତ, ପଦ୍ମିନୀ ଘଣା, ହିରୋ ମହାକୁଡ ପ୍ରଭୃତି।


‌‌

Leave a Reply

Your email address will not be published. Required fields are marked *