କ୍ରିକେଟକୁ ଅଲବିଦା କହିଲେ ଶିଖର ଜାଣନ୍ତୁ କେମିତି ଥିଲା ତାଙ୍କ କ୍ୟାରିଅର
କ୍ରିକେଟରୁ ସନ୍ୟାସ ନେଲେ ଭାରତୀୟ ଓପନିଂ ବ୍ୟାଟର ଶିଖର ଧାୱନ । ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟରୁ ଅବସର ନେଇଛନ୍ତି ଗବର । ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍ ମିଡିଆ ପୋଷ୍ଟ୍ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି।
ଧୱନ ୨୦୨୨ ମସିହାରେ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ମ୍ୟାଚ୍ ଖେଳିଥିଲେ। ସେ ତାଙ୍କ କ୍ୟାରିୟର୍ ଭିତରେ ପାଇଥିବା ସମର୍ଥନ ହେତୁ ସମସ୍ତଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଧାୱନ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ଭିଡିଓ ପୋଷ୍ଟ୍ କରି ତାଙ୍କୁ ଦେଖିଥିବା ଭଲପାଇବା ହେତୁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି।
ତେବେ ଶିଖର ଧାୱନ ଅନ୍ତଃଜାତୀୟ ଦିନିକିଆରେ ୧୭ ଟି ଶତକ ମାରିଥିବା ବେଳେ ନାଲି ବଲ କ୍ରିକେଟରେ ୭ଟି ଶତକ ମାରିଛନ୍ତି । ଧାୱବ ୨୦୧୦ ରେ ନିଜର ଡେବ୍ୟୁ କରିଥିଲେ । ଦିନିକିଆରେ ସେ ୧୬୭ ମ୍ୟାଚରେ ୬୭୯୩ ରନ କରିଛନ୍ତି । ସେହିପରି ୩୪ ଟେଷ୍ଟରେ ୨୩୧୫ ରନ୍ ଓ ଟି୨୦ ରେ ୧୭୫୯ ରନ କରିବାର ସଫଳ ହୋଇଛନ୍ତି ।
ସେ କହିଛନ୍ତି କି ‘ଯେବେ ବି ମୁଁ ପଛକୁ ଦେଖୁଛି ଖାଲି ସ୍ମୃତି ପାଉଛି। ଭାରତ ପାଇଁ ଖେଳିବା ମୋର ସ୍ବପ୍ନ ଥିଲା। ସେ ସପ୍ନକୁ ମୁଁ ଜୀଇଁଛି ବି। ମୁଁ ଅନେକ ଲୋକଙ୍କ ନିକଟରେ କୃତଜ୍ଞ। ବିଶେଷ କରି ମୋ ପରିବାର, ମୋ ପିଲାଦିନର କୋଚ୍ ଓ ପରେ ମୋ ଟିମ୍ ନିକଟରେ ମୁଁ କୃତଜ୍ଞ।’’