ଟିମ୍ ଇଣ୍ଡିଆର ନୂଆ ଓପନର୍ ହେବେ କି କିଙ୍ଗ୍ କୋହଲି ? ଜାଣନ୍ତୁ କ’ଣ କହୁଛି ପରିସଂଖ୍ୟାନ…
ପ୍ରାୟ ୧୪ ମାସ ପରେ ବିରାଟ କୋହଲି ଭାରତର ଟି-୨୦ ଦଳକୁ ଫେରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ବିରାଟ କୋହଲିଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ମଧ୍ୟରେ ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଜାନୁଆରି ୧୧ତାରିଖରେ ଖେଳାଯିବ। କିନ୍ତୁ ପ୍ରଶ୍ନ ଉଠୁଛି ଏହି ସିରିଜରେ ବିରାଟ କୋହଲି କେଉଁ ନମ୍ବରରେ ବ୍ୟାଟିଂ କରିବେ? ବିରାଟ କୋହଲିଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଆସିବ କି?
ବିରାଟ କୋହଲି ଭାରତ ପାଇଁ ଟି-୨୦ ଫର୍ମାଟରେ ଓପନର ଭାବେ ଖେଳିବା ଉଚିତକି? ବାସ୍ତବରେ ଭାରତ ପାଇଁ ଟି-୨୦ ଫର୍ମାଟରେ ଓପନର ଭାବେ ବିରାଟ କୋହଲିଙ୍କ ପ୍ରଦର୍ଶନ ଚମତ୍କାର ରହିଛି । ପରିସଂଖ୍ୟାନ କହୁଛି ବିରାଟ କୋହଲି ଭାରତ ପାଇଁ ୯ଟି ଟି-୨୦ ମ୍ୟାଚ୍ ରେ ଓପନର ଭାବେ ଖେଳିଛନ୍ତି। ଯେଉଁଥିରେ ସେ ୧୬୧.୨୯ ଷ୍ଟ୍ରାଇକ୍ ରେଟ୍ ଓ ୫୭.୧୪ ହାରାହାରିରେ ୪୦୦ ରନ୍ କରିଛନ୍ତି। ଏଥିସହିତ ସେ ୩ ଥର ୫୦ ରନ୍ ଅତିକ୍ରମ କରିଛନ୍ତି। ବିରାଟ କୋହଲି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧ଟି ଶତକ ହାସଲ କରିଛନ୍ତି, ଏହି ଶତକ ସେ ଓପନର ଭାବେ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପରିସଂଖ୍ୟାନ ଦର୍ଶାଉଛି ଯେ ବିରାଟ କୋହଲିଙ୍କ ବ୍ୟାଟ୍ ଓପନର ଭାବେ ଭାରତ ପାଇଁ ଟି-୨୦ ଫର୍ମାଟରେ ଭଲ ଚାଲିଛି। ତେବେ ଆଗାମୀ ଆଫଗାନିସ୍ତାନ ଶୃଙ୍ଖଳା ଓ ଟି-୨୦ ବିଶ୍ୱକପରେ ବିରାଟ କୋହଲି କେତେ ସଂଖ୍ୟାରେ ବ୍ୟାଟିଂ କରନ୍ତି ତାହା ଦେଖିବା ମଜାଦାର ହେବ। କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିରାଟ କୋହଲି ଓପନର ଭାବେ ହିଟ୍ ରହିଛନ୍ତି।