ଶ୍ରୀସନ୍ଥ – ଗମ୍ଭୀର ବିବାଦରେ ମୁହଁ ଖୋଲିଲେ ଏଲଏଲସିର ମୁଖ୍ୟ , ଜାଣନ୍ତୁ କ’ଣ କହିଲେ କିରିମାନି …

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍ଏଲସି)ରେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବିବାଦମଚର୍ଚ୍ଚାରେ ରହିଛି। ଗୌତମ ଗମ୍ଭୀର ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ଏହି ବିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଟି-୨୦ ଓ 2011 ଦିନିକିଆ ବିଶ୍ୱକପ୍ ବିଜେତା ଦଳର ଏହି ଦୁଇ ଜଣ ସଦସ୍ୟଙ୍କ ଆଚରଣକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ଓ ଦୁଃଖିତ। ଏସବୁ ଭିତରେ ଏବେ ଏଲଏଲସି ମଧ୍ୟ ଏହି ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଗ୍ ପକ୍ଷରୁ କୁହାଯାଇଛି। ଏଲଏଲସିର ଆଚରଣ ବିଧି ଏବଂ ନୈତିକତା କମିଟିର ମୁଖ୍ୟ ସେୟଦ କିରମାନି ଏବଂ ସିଇଓ ରମଣ ରହେଜା ଏହି ବିବାଦ ଉପରେ ଏକ ବିବୃତି ଜାରି କରିଛନ୍ତି।ସେ କହିଛନ୍ତି  ଏଲ୍ଏଲସି ମ୍ୟାଚ୍ ସମୟରେ ଘଟିଥିବା ଘଟଣା ସମଗ୍ର କ୍ରିକେଟ୍ ଜଗତରେ ଚର୍ଚ୍ଚା ହେଉଛି, ତାହା ଏଲ୍ଏଲସିର ଆଚରଣ ବିଧିର ଉଲ୍ଲଂଘନ ଏବଂ ଯେଉଁମାନେ  ନିୟମ ଉଲ୍ଲଂଘନ କରିବେ ତେବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ ପୁଣି କହିଛନ୍ତି, ଏଲ୍ଏଲ୍ସି କ୍ରିକେଟ୍ ସହ ଖେଳର ଭାବନା ବଜାୟ ରଖିବାକୁ ଚେଷ୍ଟା କରୁଛି। ସେଥିପାଇଁ ଆଚରଣ ବିଧି ଉଲ୍ଲଂଘନ ନେଇ ଆଭ୍ୟନ୍ତରୀଣ ତଦନ୍ତ କରାଯିବ। ପଡ଼ିଆ ଭିତରେ ଓ ବାହାରେ କୌଣସି ଅସଦାଚରଣର କଡ଼ା ମୁକାବିଲା କରାଯିବ। ଏଥିରେ ସୋସିଆଲ ମିଡିଆରେ ହେଉଥିବା କାର୍ଯ୍ୟକଳାପ ଉପର୍ ମଧ୍ୟ ନଜର ରଖାଯିବ । ଏଲ୍ଏଲସି  ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଲିଗ୍ କୁ ବଦନାମ କରୁଥିବା ଖେଳାଳି, ଖେଳର ଭାବନା ଏବଂ ସେମାନେ ପ୍ରତିନିଧିତ୍ୱ କରୁଥିବା ଦଳ ବିରୋଧରେ ସମସ୍ତ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *