ସିଦ୍ଧରାମାୟାଙ୍କ ଶପଥ ଗ୍ରହଣ, ମନ୍ତ୍ରିମଣ୍ଡଳରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱକୁ ଗୁରୁତ୍ୱ

ବେଙ୍ଗଲୁରୁ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସିଦ୍ଧରାମାୟ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି କେପିସିସି ସଭାପତି ଡି.କେ ଶିବକୁମାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସାମାଜିକ ସମାକରଣକୁ ଦୃଷ୍ଟିରେ ରଖି 8 ଜଣ ମନ୍ତ୍ରୀଙ୍କୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥପାଠ କରାଯାଇଛି। ରାଜ୍ୟପାଳ ଥାବର ଚନ୍ଦ୍ର ଗେହଲଟ କର୍ନାଟକର ନୂଆ ସରକାରଙ୍କ ଶପଥପାଠ କରାଇଥିଲେ। ଏହି ଶପଥପାଠ ଉତ୍ସବରୋ ଦେଶର ବିରୋଧି ଦଳ ନେତାମାନଙ୍କୁ ଦେଖିବାକୁ ମିଳିଥିଲା। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ସରକାରଙ୍କ ପ୍ରାଥମିକତା ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନ୍ତବ୍ୟ ଦେଇଛନ୍ତି।
କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ନେତା ମାନେ ହେଉଛନ୍ତି- ଅନୁସୂଚିତ ଜାତି ବର୍ଗରୁ ଜି. ପରମେଶ୍ୱର, କେଏଚ୍ ମ୍ୟୁନିୟପ୍ପା, ପ୍ରିୟଙ୍କ ଖଡଗେ, ଲିଙ୍ଗାୟତ ବର୍ଗରୁ ଏମବି ପାଚିଲ, ଆଦିବାସୀ ବାଲ୍ମିକୀ ବର୍ଗରୁ ସତୀଶ ଜାକ୍ରିହୋଲି, ରେଡ୍ଡି ସମ୍ପ୍ରଦାୟରୁ ରାମଲିଙ୍ଗା ରେଡ୍ଡି ଏବଂ ମୁସଲିମ୍ ସମ୍ପ୍ରଦାୟରୁ ଜମୀର ଅହମ୍ମଦ ଖାନ।