ପୁଣି ଟ୍ରେନରେ ଅଘଟଣ ;ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ

ବ୍ରହ୍ମପୁର ; ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ । ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଆଉ ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଭୟରେ ଓହ୍ଲାଇ ଯାଇଛନ୍ତି ।ଏବେ ସୁଦ୍ଧା ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀମାନେ ରାଜି ହେଉନାହାନ୍ତି । କରମଣ୍ଡଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏପରି ଏକ ଘଟଣା ଯାତ୍ରୀଙ୍କୁ ଭୟଭୀତ କରିପକାଇଛି । ବଗିକୁ ନବଦଳାଇଲେ ଟ୍ରେନ୍‌ରେ ଯିବୁ ନାହିଁ ବୋଲି ଜିଦ୍‌ ଧରି ବସିଛନ୍ତି ଯାତ୍ରୀ । ତେବେ ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ସର୍ଟ ସର୍କିଟ ଯୋଗୁ ଟ୍ରେନରେ ନିଆ ଲାଗିଛି ।  

Leave a Reply

Your email address will not be published. Required fields are marked *