ମାର୍ଚ୍ଚ ୧ ତାରିଖରୁ ବଦଳି ଯିବ ଏହି ନିୟମ , ଆପଣଙ୍କ ପକେଟ ଉପରେ ପଡ଼ିବ ଏହାର ସିଧା ପ୍ରଭାବ …
ଆପଣମାନେ ଦେଖିଥିବେ ସରକାର ପ୍ରତି ମାସର ଆରମ୍ଭରେ କିଛି ନା କିଛି ନିୟମ ପରିବର୍ତ୍ତନ କରିଥାନ୍ତି । ସେହିପରି ମାର୍ଚ୍ଚ ୧ ତାରିଖରେ ମଧ୍ୟ କିଛିଟା ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସିଧାସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଫାଷ୍ଟାଗ୍, ଏଲପିଜି ଗ୍ୟାସ୍ ସିଲିଣ୍ଡର ଏବଂ ସୋସିଆଲ୍ ମିଡିଆ ଅନ୍ତଗତ କିଛି ନିୟମକୁ କାର୍ଯ୍ୟକାରୀ କରିବେ ସରକାର । ତେବେ ଆସନ୍ତୁ ଜାଣିବା କଣ ଏହି ନିୟମ ।
ପ୍ରତ୍ୟେକ ମାସ ଆରମ୍ଭରେ, ଏଲପିଜିର ମୂଲ୍ୟ ସରକାରଙ୍କ ଦ୍ୱାରା ସମୀକ୍ଷା କରାଯାଇଥାଏ ଏବଂ ନୂତନ ମୂଲ୍ୟ ପ୍ରକାଶ ପାଇଥାଏ | ଫେବୃଆରୀ ଆରମ୍ଭରେ, ଏଲପିଜିର ମୂଲ୍ୟ ସମାନ ରଖାଯାଇଥିଲା । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨ ଟଙ୍କା ୫୦ ପଇସା , ବେଙ୍ଗାଲୁରୁରେ ୧୦୫୫ ଟଙ୍କା ୫୦ ପଇସା , ଚେନ୍ନାଇରେ ୧୦୬୮ ଟଙ୍କା ୫୦ ପଇସା ଏବଂ ଭୁବନେଶ୍ବରରେ ସିଲିଣ୍ଡର ପିଛା ୯୨୯ ଟଙ୍କା ରହିଛି। କିନ୍ତୁ ମାର୍ଚ୍ଚ ପହିଲାରୁ ସିଲିଣ୍ଡର ପାଇଁ ନୂଆ ଦର ଲାଗୁ ହୋଇ ପାରେ ।
ସେହିପରି ଫାଷ୍ଟାଗର KYC ଅଦ୍ୟତନ ପାଇଁ ଶେଷ ତାରିଖକୁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦ୍ବାରା ୨୯ଫେବୃଆରୀ ଭାବରେ ସ୍ଥିର କରାଯାଇଛି। ଯଦି ଆପଣ ଏହି ତାରିଖ ସୁଦ୍ଧା ଆପଣଙ୍କର ଫାଷ୍ଟାଗ୍ ର KYC ସଂପୂର୍ଣ୍ଣ ନକରନ୍ତି, ତେବେ ଆପଣଙ୍କର ଫାଷ୍ଟାଗ୍ ନିଷ୍କ୍ରିୟ ହୋଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହୋଇପାରିବ । ଏପରି ପରିସ୍ଥିତିରେ, ଆପଣଙ୍କର ଫାଷ୍ଟାଗ୍ KYC କୁ ୨୯ ଫେବୃଆରୀ ପୂର୍ବରୁ କରି ନିୟନ୍ତୁ ।
ନିକଟରେ ସରକାର ଆଇଟି ନିୟମ ପରିବର୍ତ୍ତନ କରିଛନ୍ତି। ଏହା ପରେ, X, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ୍ ମିଡିଆ ଆପ୍ ଗୁଡିକ ଏହି ନିୟମ ମାନିବାକୁ ପଡିବ | ମାର୍ଚ୍ଚ ଠାରୁ ଭୁଲ ତଥ୍ୟ ସହିତ ସୋସିଆଲ ମିଡିଆରେ ଯଦି କୌଣସି ଖବର ପ୍ରସାରିତ ହୁଏ, ତେବେ ଏଥିପାଇଁ ଜୋରିମାନା ଲାଗୁ କରାଯିବ । ଏହା ମାଧ୍ୟମରେ ସୋସିଆଲ ମିଡିଆକୁ ସୁରକ୍ଷିତ କରିବା ପାଇଁ ସରକାରଙ୍କ ଏହା ଅଭିନବ ପ୍ରୟାସ ।