ସୌମ୍ୟ ବାବୁ ଓଡ଼ିଶାର ପନିରସେଲଭମ୍ ହେବେ ବୋଲି କହିଲେ ରୁବେନ୍, ହେଲେ ଅନ୍ୟ ମାନେ କହିଲେ କଣ…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିକଳ୍ପ ହୋଇପାରିବେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ତାଙ୍କର ନିଜର ଖବରକାଗଜ ଏବଂ ଟିଭି ରହିଛି। ତାଙ୍କର ପକେଟ୍ ବହୁତ ଗଭୀର। ସୌମ୍ୟ ବାବୁ ତାମିଲନାଡୁର ପନିରସେଲଭମ୍ ହୋଇପାରିବେ। ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି ଦେଶର ଜଣାଶୁଣା ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେ ଏକାଧିକ ଟୁଇଟ୍ କରି ଏହି ମନ୍ତବ୍ୟ ରଖିଛନ୍ତି।

କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲଗାତର ମୁଖ୍ୟମନ୍ତ୍ରୀ ସଚିବଙ୍କୁ ଟାର୍ଗେଟ କରୁଛନ୍ତି। ତେଣୁ ନବୀନଙ୍କ ପରେ ତାଙ୍କୁ ଗୋଟିଏ ଲବିର ସାଥ୍ ମିଳିପାରେ। କିଏ କହିଲା ନବୀନଙ୍କ ବିକଳ୍ପ ଖୋଜା ସରିଛି। ଖେଳ ତ ଏବେ ଆରମ୍ଭ ହେଲା ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି। ଅପରପକ୍ଷରେ ରାଜ୍ୟର ସୂଚନାଧିକାର କର୍ମୀମାନେ ଭିନ୍ନ ମତ ରଖିଛନ୍ତି। ସେମାନେ ଏ ନେଇ ତଥ୍ୟ ମଧ୍ୟ ରଖିଛନ୍ତି।

ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ନିଜ ଲେଖାରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଯେଉଁଲୋକ , ବୁଦ୍ଧିଜୀବୀ ଭିକେ ପାଣ୍ଡିଆନ ଙ୍କୁ ସମାଲୋଚନା କରିବା ଯୋଗୁଁ , ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ସ୍ୱାଭିମାନୀ, ମାଟିର ମଣିଷ  ବୋଲି ଭାବୁଛନ୍ତି ବା ଧରିନେଇଛନ୍ତି ସେମାନଙ୍କ ଠାରୁ ମୂର୍ଖ ଓ ମୁଢ ବ୍ୟକ୍ତି ଆଉ କେହି ନାହାନ୍ତି ।  ପ୍ରଥମତଃ ୨୦୧୬ ମସିହା ମାର୍ଚ ମାସ ରେ ସୌମ୍ୟ ପଟ୍ଟନାୟକଙ୍କ ପେପର ସମ୍ବାଦ ଭିକେ ପାଣ୍ଡିଆନ ଙ୍କୁ ଶ୍ରେଷ୍ଠ ପ୍ରଶାସକ କରିଥିଲା। ୨୦୧୯ ପୂର୍ବରୁ ଯେତେବେଳେ ସେ ବିଜେଡି ରେ ମିଶିଲେ , ସେତେବେଳେକୁ ସ୍ୱାଭିମାନ କୁଆଡେ଼ ଗଲା ? ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ କନକ ଟିଭିରେ  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିରୁଦ୍ଧରେ କୌଣସି ଗୋଟିଏ ପ୍ରତିକୂଳ ମନ୍ତବ୍ୟ କିମ୍ବା ଷ୍ଟୋରି ବାଜେ ନାହିଁ , ଏହାର କାରଣ କଣ ହୋଇପାରେ  ବୋଲି ସୂଚନାଧିକାର କର୍ମୀମାନେ ପ୍ରଶ୍ନ କରିଛନ୍ତି।  ଅନୁରୂପ ଭାବେ ସୂଚନା ଅଧିକାର କର୍ମୀ ଯେତେବେଳେ ପାଣ୍ଡିଆନ ଙ୍କ ବିରୁଦ୍ଧରେ କିମ୍ବା ଜମି ମାଫିଆଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କରନ୍ତି କିମ୍ବା ଖୁଲାସା କରନ୍ତି , ସୌମ୍ୟ ପଟ୍ଟନାୟକନ୍କ ସମ୍ବାଦ ଓ କନକ ଟିଭି ପ୍ରକାଶିତ କିମ୍ବା ପ୍ରସାରିତ କରେ ନାହିଁ , ଏହାର କାରଣ କଣ ହୋଇପାରେ ?ବରଂ ସୂଚନା  ଅଧିକାର କର୍ମୀଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ହେଲେ ସମ୍ବାଦ ପ୍ରଥମ ପୃଷ୍ଠାରେ ଏହାକୁ ଛାପେ କିନ୍ତୁ ଆମେ ପ୍ରତିବାଦ କରି ନୁଜ ପଠେଇଲେ ଛାପନ୍ତି ନାହିଁ . ଏହାର କାରଣ କଣ ହୋଇପାରେ ? ବୋଲି ପ୍ରଶ୍ନ କରାଯାଇଛି।  ଶେଷରେ ସୌମ୍ୟରଞ୍ଜନ  ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ନ କହିପାରିବା ଯୋଗୁଁ ଯେଉଁ ତୀବ୍ର ସମାଲୋଚନା କରୁଥିଲେ , ତାପରେ ବି କିଭଳି ନତମସ୍ତକ ହୋଇ ବିଜେଡିରୁ ଟିକେଟ ଆଣି ଜିତିଲେ,ସେତେବେଳେ ତାଙ୍କ ସ୍ୱାଭିମାନ କୁଆଡେ ଗଲା ? ତାଙ୍କ ଅନ୍ତଃକରଣ ର ଡାକ ଶୁଣି ପାରିଲେ ନାହିଁ ? ବୋଲି କହି ସୂଚନାଧିକାର କର୍ମୀମାନେ ସୌମ୍ୟଙ୍କୁ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *