ମମତା ବାନାର୍ଜୀଙ୍କ ସହ ବିଦେଶ ଗସ୍ତରେ ସୌରଭ ଗାଙ୍ଗୁଲି; କ୍ରିକେଟ୍ ପରେ ଏହି କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି ଦାଦା…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗୁରୁବାର ଦିନ ସ୍ପେନର ମାଡ୍ରିଡରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ନିଜେ ଏହା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ସାଲବୋନିରେ ଏକ ଇସ୍ପାତ କାରଖାନା ଆରମ୍ଭ କରି ସୌରଭ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି।

କ୍ରିକେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିବା ପରେ ସୌରଭ ଗାଙ୍ଗୁଲି ରାଜନୀତିରେ ସକ୍ରିୟ ହେବା ନେଇ ନିରନ୍ତର ଆଲୋଚନା ହେଉଥିଲା । କିନ୍ତୁ ଏହି ସମୟରେ ସେ ଇସ୍ପାତ୍ ଉତ୍ପାଦନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ଗାଙ୍ଗୁଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସ୍ପେନରେ ଅଛନ୍ତି ଏବଂ ସେଠାରୁ ସେ ଏହି ସୂଚନା ଦେଇଛନ୍ତି । ତେବେ ଏହି ସୂଚନା ତୃଣମୂଳ କଂଗ୍ରେସର ମୁଖପାତ୍ର କୁନାଲ ଘୋଷ ମଧ୍ୟ ମାଡ୍ରିଡରୁ ତାଙ୍କ ଫେସବୁକ ପୃଷ୍ଠାରେ ପୋଷ୍ଟ ସେୟାର କରିଛନ୍ତି । ତେବେ ଏହି ଇସ୍ପାତ କାରଖାନାର କାମ ୫ ରୁ ୬ ମାସ ଭିତରେ ସରିଯିବ ବୋଲି ଗାଙ୍ଗୁଲି ମାଡ୍ରିଡରେ ଅନୁଷ୍ଠିତ ଗ୍ଲୋବାଲ ବିଜନେସ ସମ୍ମିଳନୀରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି, କାରଣ ଆମେ ବଙ୍ଗଳାରେ ତୃତୀୟ ଇସ୍ପାତ କାରଖାନା ଆରମ୍ଭ କରୁଛୁ। ଆମ ମଧ୍ୟରୁ ଅନେକ ବିଶ୍ୱାସ କରନ୍ତି ଯେ ମୁଁ କେବଳ କ୍ରିକେଟ୍ ଖେଳିଛି, କିନ୍ତୁ ଆମେ ୨୦୦୭ ରେ ଏକ ଛୋଟ ଇସ୍ପାତ କାରଖାନା ଆରମ୍ଭ କରିଥିଲୁ ଏବଂ ପାଞ୍ଚରୁ ଛଅ ମାସ ପରେ ଆମେ ମେଦିନୀପୁରରେ ଆମର ନୂତନ ଇସ୍ପାତ କାରଖାନା ସଂପୂର୍ଣ୍ଣ କରିବୁ। ଏହା ସହିତ ସେ କହିଛନ୍ତି ଯେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି କାରଖାନା କାର୍ଯ୍ୟକ୍ଷମ ହେବ ବୋଲି ପୂର୍ଣ୍ଣ ଆଶା ଅଛି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *