ଆଜି ବିଶ୍ବ ଶ୍ରମିକ ଦିବସ
ଭୁବନେଶ୍ବର: ଶତାଧିକ ରାଷ୍ଟ୍ରରେ ଆଜି ପାଳିତ ହେଉଛି ଶ୍ରମିକ ଦିବସ । ୧୮୮୨ରେ ଆମେରିକା ଓ କାନାଡାରେ ପ୍ରଥମ କରି ସେପ୍ଟେମ୍ବର ମାସରେ ଏହା ପାଳିନ କରାଯାଇଥିଲା । କିନ୍ତୁ କିଛି ବର୍ଷ ପରେ ମେ ମାସ ପହିଲାରେ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଶ୍ରମିକମାନେ ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବି କରିବାରୁ ଏହା ଏକ ଆନ୍ଦୋଳନର ରୂପ ନେଇଥିଲ । ଆମେରିକାର ବାଲ୍ଟିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ସଂଘର ପ୍ରତିନିଧିମାନଙ୍କ ଦ୍ଵାରା ଆଠଘଣ୍ଟା କାର୍ଯ୍ୟ କରିବାର ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗୃହୀତ ହେଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ କଂଗ୍ରେସ ଆଠଘଣ୍ଟା ଶ୍ରମ ଦିବସକୁ ଗ୍ରହଣ କରିଥଲା । ୧୯୨୩ରେ ତତ୍କାଳୀନ ମାଡ୍ରାସରେ ‘ଲେବର୍ କିସାନ ଅଫ୍ ପାର୍ଟି’ ପକ୍ଷରୁ ଭାରତରେ ପ୍ରଥମ ଥର ମେ ୧ତାରିଖରେ ଶ୍ରମିକ ଦିବସ ପାଳିତ ହେଲା ।